News
WhatsApp Image 2023-10-04 at 17.25.00
samparksetu

ଓଡ଼ିଆ ପ୍ରଥମ ଜନଜାତି ଇ ପତ୍ରିକା ପଛରେ ଢେଙ୍କାନାଳ ପୁଅ ଏ ପି ଶୁଭକାନ୍ତ

କେଉଁ ଆବାହମାନ କାଳରୁ ପ୍ରକୃତି ଓ ପରମ୍ପରା ସହ ରହି ଆସିଛି ଆମ ଜନଜାତିର ଘନିଷ୍ଠତା। ଯୁଗ ପରେ ଯୁଗ, ସମୟର ଇତିବୃତ୍ତକୁ ଅବଲୋକନ କଲେ ମାନବିକ ମୂଲ୍ୟବୋଧ ଓ ସରଳ ବୋଧଗମ୍ୟତା, ଅକପଟତା ଆଦି ସହ ଆମ ଜନଜାତି ର ସ୍ପଷ୍ଟ କାନଭାସ ଦେଖିବାକୁ ମିଳେ। କଳା ,କୌଶଳ, କାରିଗରୀ,ଭାଇଚାରା ଓ ପ୍ରକୃତି ପୂଜାର ପୂଜ୍ୟ ପରମ୍ପରା ର ପ୍ରତୀକ ହେଉଛି ଆମ ଜନଜାତି । ସାହିତ୍ୟ ମାଧ୍ୟମରେ ଆମ ଜନଜାତି ର ମହନୀୟତା କୁ ବିଶ୍ଵବ୍ୟାପୀ କରିବା ଉଦ୍ଦେଶ୍ୟରେ ଶୁଭଦୃଷ୍ଟି ପତ୍ରିକା ତରଫରୁ ପ୍ରକାଶିତ ହୋଇଛି ଜନଜାତି ସଂସ୍କୃତିକୁ ନେଇ ନିଃଶୁଳ୍କ ଇ ପତ୍ରିକା “ଆମ ଜନଜାତି”।

୨୦୨୦ ଫେବୃଆରୀ ମାସରେ ଓଡ଼ିଶା ତଥା ଓଡ଼ିଶା ବାହାରେ ରହୁଥିବା ସମସ୍ତ ଓଡ଼ିଆମାନଙ୍କୁ ଏକ ନିଃଶୁଳ୍କ ସାହିତ୍ୟ ପତ୍ରିକା ଯୋଗାଇଦେବା ଲକ୍ଷ୍ୟରେ ଢେଙ୍କାନାଳ ଜିଲ୍ଲା ଭୁବନ ନୟାନୀଳକଣ୍ଠପୁର୍ ର ଏ ପି ଶୁଭକାନ୍ତ ଓ ତାଙ୍କର କିଛି ଛାତ୍ରବନ୍ଧୁ ମିଶି ଆରମ୍ଭ କରିଛନ୍ତି ଶୁଭଦୃଷ୍ଟି ଇ ପତ୍ରିକା। ଏବେ ଓଡ଼ିଶାରେ ରହୁଥିବା ୬୨ରୁ ଉର୍ଦ୍ଧ୍ବ ଜନଜାତିଙ୍କ ପରମ୍ପରା, ଲୋକକଥା ଓ ଜୀବନଶୈଳୀ କୁ ବିଶ୍ଵବ୍ୟାପୀ କରିବା ଉଦ୍ଦେଶ୍ୟରେ ଶୁଭଦୃଷ୍ଟି ତରଫରୁ ପ୍ରସ୍ତୁତ କରାଯାଇଛି ପ୍ରଥମ ଜନଜାତି ଇ ପତ୍ରିକା “ଆମ ଜନଜାତି”। ଏଥିରେ ଟ୍ରାଇବାଲ୍ ଫ୍ରେଣ୍ଡସ ଓଡ଼ିଶା ତରଫରୁ ସହଯୋଗ କରାଯାଇଛି।

ଏହାର ପ୍ରଥମ ସଂସ୍କରଣ ଟି କରମ ପରବ, ସଉରା ଜୀବନ ଶୈଳୀ,ଆଦିବାସୀ ସଂସ୍କୃତିରେ ରଥଯାତ୍ରା ରାମାୟଣ, ବନବାସୀ କୃଷି ପଦ୍ଧତି, ଲୋକକଥା ଏବଂ ଲୋକଗୀତ ତଥା ଇସ୍ରୋ ରେ କାର୍ଯ୍ୟରତ ବୈଜ୍ଞାନିକ ଅଭିମନ୍ୟୁ ମଲ୍ଲିକଙ୍କ ସାକ୍ଷାତକାରକୁ ନେଇ ପ୍ରସ୍ତୁତ ହୋଇଛି। ଏହି ପତ୍ରିକାର ବିଶେଷତ୍ତ୍ୱ ହେଉଛି ଏହା ପ୍ରଥମ ଓଡ଼ିଆ ଜନଜାତି ଇ ପତ୍ରିକା । ମାଳତୀ କହଁର ଏହାର ସମ୍ପାଦିକା ରହିଥିବାବେଳେ ତାଙ୍କୁ ସମ୍ପାଦନାରେ ସହଯୋଗ କରିଥିଲେ ଅଭିଲିପ୍ସା ପାଢ଼ୀ ଏବଂ ଏ ପି ଶୁଭକାନ୍ତ। ଓମ୍ ପ୍ରକାଶ ବିଶ୍ଵାଳ ଏହାର ଲୋଗୋ ପ୍ରସ୍ତୁତ କରିଥିଲେ ଏବଂ ପତ୍ରିକାର ପ୍ରଚ୍ଛଦ ପାଇଁ ଶୁଚିସ୍ମିତା ସାହୁ ଙ୍କ ଚିତ୍ର କୁ ବ୍ୟବହାର କରାଯାଇଥିଲା। ପତ୍ରିକା ଟି ଲୋକାର୍ପିତ ହେବାପରେ ରାଜ୍ୟସଭା ସାଂସଦ ତଥା ରାଜ୍ୟସଭା ଉପାଧ୍ୟକ୍ଷ ଡଃ ସସ୍ମିତ ପାତ୍ର ସାମାଜିକ ଗଣମାଧ୍ୟମରେ ଶୁଭଦୃଷ୍ଟି କୁ ଶୁଭେଚ୍ଛା ଜଣାଇଛନ୍ତି।

new life
You might also like
error: Content is protected !!