ଆଜି ସକାଳ ଘ୯,୩୦ ମି ସମୟରେ ୫୫ ନଂ ଜାତୀୟ ରାଜପଥ ଵଣିଆପଡା ରାସ୍ତାରେ ଏକ OD06 A 3086 ନଂ ଟ୍ରକ ସଟ୍ ସର୍କିଟ ଯୋଗୁଁ ଜଳି ଯାଇଥିବା ଜଣାପଡିଛି ।
ଖବର ନେବାରେ ଜଣାଯାଏ କି ,ଗୁଡିଆକାଟେଣି ଆଡୁ ଢେଙ୍କାନାଳ ଆଡ଼କୁ ଯାଉଥିବା ଚିପ୍ସ ବୋଝେଇ ଟ୍ରକ ଟିରେ କୈାଣସି କାରଣରୁ ନିଆଁ ଲାଗି ଯାଇଥିଲା ,ଫଳରେ ଡ୍ରାଇଭର ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ । ଡ୍ରାଇଭର ବିନୋଦ ସାହୁ (୨୯ ) ମୃତ୍ୟୁ ମୁଖରୁ ଉଦ୍ଧାର ପାଇଯାଇଥିଲେ ।ଖବର ପାଇ ହିନ୍ଦୋଳ ରୋଡ ଦମକଳବାହିନୀ ପହଁଚି ନିଆଁକୁ ଲିଭାଇଥିଲେ ।