ବଡ଼ଓଷା ଓ କାର୍ତ୍ତିକ ପୂର୍ଣ୍ଣିମା ଅବସରରର କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଭିଡକୁ ନିୟନ୍ତ୍ରଣ କରିବାପାଇଁ ପ୍ରଶାସନ ପକ୍ଷରୁ ଜିଲ୍ଲାର ୧୬ଟି ମନ୍ଦିରରେ ୧୪୪ ଧାରା ଲାଗୁ କରାଯାଇଛି ।
କରୋନା ସଂକ୍ରମଣ ଆଶଙ୍କା କରି ବଡ଼ଓଷା ଓ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ବିଭିନ୍ନ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ନିଷେଧ କରାଯାଇ ଏହି କଟକଣା ଜାରି କରାଯାଇଛି । ଜିଲ୍ଲାରେ ଥିବା କପିଳାସ ର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ପୀଠ ,ଲତାଦେଇପୁର ସ୍ଥିତ ଉନ୍ନକୋଟିଶ୍ୱର ମନ୍ଦିର ସହରର ବଳରାମ ମନ୍ଦିର , ସପ୍ତଶଯ୍ୟା ମନ୍ଦିର ,ବଡ଼ ନାଗେନା ସ୍ଥିତ ନାଗନାଥେଶ୍ୱର ମନ୍ଦିର , ଗଙ୍ଗାଧର ପ୍ରସାଦ ସ୍ଥିତ ପଶ୍ଚିମେଶ୍ୱର , କାମାକ୍ଷାନଗର ସ୍ଥିତ ରାମେଶ୍ୱର ମନ୍ଦିର , ହାଟୁଆରୀର କପିଳେଶ୍ୱର , ଶିବୁଳ।ପଶି ସ୍ୱପ୍ନେଶ୍ୱର ମନ୍ଦିର , ଭୁବନ ବୁଧେଶ୍ୱର ମନ୍ଦିର , କୁଆଳୋ ଅଷ୍ଟଶମ୍ଭୁ ମନ୍ଦିର , ସ୍ୱପ୍ନେଶ୍ୱର ମନ୍ଦିର ,ବ୍ବାଲିମି ରଂଜ।ଗୋଳ ଶିବ ମନ୍ଦିର , ରେକୁଳା କୁଣ୍ଡେଶ୍ୱର ମନ୍ଦିର ,ମାତଳେଶ୍ୱର ମନ୍ଦିର , ଚିତ୍ତଲପୁର ଉଗ୍ରେଶ୍ଵର ମହାଦେବ , ନାଧରା କନକେଶ୍ୱର ଓ ରାମଚଣ୍ଡୀ ମନ୍ଦିର ରେ ଭିଡ଼କୁ ନିୟନ୍ତ୍ରଣ କରାଯିବାପାଇଁ ୧୪୪ ଧାରା ଜାରି କରାଯାଇ ଭକ୍ତଙ୍କ ପ୍ରବେଶକୁ ବାରଣ କରାଯାଇଛି ।