News
WhatsApp Image 2023-10-04 at 17.25.00
samparksetu

ମେଣ୍ଟେନାନ୍ସ ପାଇଁ ଗ୍ରୀଷ୍ମ ସମୟରେ ୭ଘଣ୍ଟା ଦୈନିକ ହୋଇଥିଲା ବିଦ୍ୟୁତ କାଟ, ଏବେ ବର୍ଷା ହେଲା ମାତ୍ରେ ବିଦ୍ୟୁତ ର ଦେଖା ନାହିଁ

ଗ୍ରୀଷ୍ମ ସମୟରେ ମେଣ୍ଟେନାନ୍ସ ଏବଂ ଭିତ୍ତିଭୂମି ବିକାଶ ପାଇଁ ସକାଳ ୯ ରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ କାଟ ହୋଇଥିବା ବେଳେ ରବିବାର ର କାଳବୈଶାଖୀ ସବୁ ଧୂଳିସାତ କରିଦେଇଛି । କାଳବୈଶାଖୀ ପରେ ପ୍ରବଳ ପଵନ ହେତୁ ବିଜୁଳି କଟିଥିଲା ହେଲେ ଏପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବିଜୁଳି ଆସି ନାହିଁ । ଫଳରେ ଗରମ ଓ ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେଲେ ଢେଙ୍କାନାଳ ବାସୀ ।

ରାତି ତମାମ ଲୋକେ ନାହିଁନଥିବା ଅସୁବିଧାର ସମ୍ମ୍ରୁଖୀନ ହୋଇଛନ୍ତି । ଯୁଦ୍ଧର କାଳୀନ ଭିତ୍ତିରେ ବିଦ୍ୟୁତ ବିଭାଗ ଏବଂ ଓଡ୍ରାଫ୍ ଟିମ୍ କାମ ମଧ୍ୟ କରୁଥାନ୍ତି । ସେହିପରି ଗତକାଲି କିଛି ମାତ୍ରାରେ ବର୍ଷା ହୋଇଥିବା ବେଳେ ରାତିରେ ବିଦ୍ୟୁତ ନଥିଲା । ତେବେ ମାସ ମାସ ଧରି ମେଣ୍ଟେନାନ୍ସ ପାଇଁ ଯେଉଁ ବିଦ୍ୟୁତ କାଟ ହେଉଥିଲା ତାହାଏବେ ପ୍ରହସନ ପାଲଟିଛି ବୋଲି ସାଧାରଣରେ ଚର୍ଚ୍ଚା ।

new life
You might also like
error: Content is protected !!