News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ପୌରପାଳିକାକୁ ବଦନାମ କରୁଛନ୍ତି ପୋୖର ଯନ୍ତ୍ରୀ, ଜନପ୍ରତିନିଧି ନିରବଦ୍ରଷ୍ଟା

ଢେଙ୍କାନାଳ ପୌରାଞ୍ଚଳରେ ଡ୍ରେନ୍ ଏବଂ ରାସ୍ତା ନିର୍ମାଣରେ ବାରମ୍ବାର ଅନିୟମିତତା ହେଉଥିବା ଅଭିଯୋଗ ହୋଇଆସୁଛି । ନବାଗତ ଠିକାଦାରଙ୍କୁ କାମଦେଇ ପୋୖରପାଳିକା ଆରାମସେ ବସି ପଡୁଥିବା ବେଳେ ନିର୍ମାଣ କାମରେ ବାରମ୍ବାର ଦୁର୍ନୀତି ଅଭିଯୋଗ ଆଣି ଆସିଛନ୍ତି ସହର ବାସିନ୍ଦା ।

ଏପରିକି ଠିକାଦାର ନିର୍ମାଣ କାମରେ ଅନିୟମିତତା ହେଉଥିବା ବେଳେ ପୌରଯନ୍ତ୍ରୀ ନିର୍ମାଣ କାମକୁନ ଯିବା ଆଲୋଚନାର ବିଷୟ ପାଲଟିଥିବା ବେଳେ ଵିଲ୍ ପାଇଁ ଡିଲ୍ ବୋଲି ସ୍ଥାନୀୟ ବାସିନ୍ଦା ଟାହିଟାପରା ଚଲାଇଛନ୍ତି । ଏପରିକି କିଛି ବାସିନ୍ଦାଙ୍କ କହିବା ଅନୁଯାୟୀ ସମ୍ପୃକ୍ତ କାମପାଇଁ ବହୁ କଟନୀ ଛଟନୀ ହେଉଛି ତେଣୁ ଯାହା ବଳୁଛି ସେଇଥିରେ କାମ ହେଉଛି । ଉପରୁ ତଳ ପର୍ଯ୍ୟନ୍ତ ସମସ୍ତଙ୍କୁ କିଛିକିଛି ଦେବାକୁ ପଡୁଛି ବୋଲି ଜଣେ ଠିକାଦାର କହିଛନ୍ତି , ତେଣୁ କାର୍ଯ୍ୟସ୍ଥଳକୁ କୌଣସି ଅଧିକାରୀ କିମ୍ବା ଯନ୍ତ୍ରୀ ନ ଆସିବା ସ୍ୱାଭାବିକ ।

ଗୁଡ଼ିଆନାଳି ଅଞ୍ଚଳରେ ଚାଲିଥିବା ଡ୍ରେନ୍ କାମରେ ଅନିୟମିତତା ହେଉଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା ।ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ ପୁରୁଣା ଡ୍ରେନ୍‌କୁ ଭାଙ୍ଗି ନୂଆ ଡ୍ରେନ୍ ନିର୍ମାଣ ପୂର୍ବରୁ ପଙ୍କମାଟି ନଉଠାଇ ନାମକୁମାତ୍ର ବାଲି ଛିଞ୍ଚିଦେଇ କଂକ୍ରିଟ ଢାଳି ଦିଆଯାଉଛି । ଲୁହା ଜାଲିରେ ୮ ଇଞ୍ଚରେ ବ୍ୟବଧାନରେ ଛଡ଼ ବନ୍ଧା ଯିବାର ନିୟମ ଥିବା ଯନ୍ତ୍ରୀ କହୁଥିବା ବେଳେ ୧୦ ଇଞ୍ଚ୍ ଲେଖାଏଁ ଛାଡ଼ି ଛଡ଼ ବନ୍ଧା ଯାଉଛି। ଯାହାଫଳରେ ଡ୍ରେନ୍ ଅଳ୍ପଦିନରେ ଭାଙ୍ଗିବାର ଆଶଙ୍କା ରହିଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ ଆଣିଛନ୍ତି । ସୂଚନା ଥାଉକି ପୂର୍ବରୁ ୨ ଏବଂ ୩ନମ୍ବର ୱାର୍ଡରେ ନିମ୍ନମାନର କାର୍ଯ୍ୟ ହୋଇଥିବା ବେଳେ ପ୍ରବଳ ଜନଅସନ୍ତୋଷ ଦେଖା ଦେଇଥିଲା । ଏନେଇ ବାରମ୍ବାର ଅଭିଯୋଗ ପରେ ସେସମୟର ଜନପ୍ରତିନିଧି କୌଣସି ପଦକ୍ଷେପ ନେଇ ନଥିଲେ ଯାହାର ପରିଣାମ ନିର୍ବାଚନରେ ଦେଖା ଦେଇଛି ।

ତେବେ ନିର୍ବାଚନ ପୂର୍ଵରୁ ଉକ୍ତ ଦୁର୍ନୀତିର ଖୋଳତାଡ଼ ସହ ସମ୍ପୃକ୍ତ ଯନ୍ତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିନିଧି ପ୍ରତିଶ୍ରୁତି ଦେଇଥିବା ବେଳେ ଏବେ ତାହା ପାଣିରଗାର ପାଲଟିଛି । ତେଣୁ ସମ୍ପୃକ୍ତ ଯନ୍ତ୍ରୀଙ୍କ ପାୱାର କୋରିଡ଼ର ଭିତରକୁ କୌଣସି ଜନପ୍ରତିନିଧି ପସି ପାରୁନଥିବା ସହର ବାସୀଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି ।

new life
You might also like
error: Content is protected !!