News
WhatsApp Image 2023-10-04 at 17.25.00
samparksetu

ଗର୍ଭବତୀ ମହିଳାଙ୍କୁ ହତ୍ୟା ଘଟଣା, ୭ବର୍ଷ ପରେ ସାଲିଆ ସାହିରୁ ଅଭିଯୁକ୍ତ ଗିରଫ

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସରଦେଇପୁର ଗ୍ରାମରେ ଜନୈକା ଗର୍ଭବତୀ ମହିଳାଙ୍କୁ ଟାଙ୍ଗିଆରେ ହାତ୍ୟା କରିବା ଘଟଣାର ୭ ବର୍ଷ ପରେ ପୋଲିସ ଅଭିଯୁକ୍ତକୁ ଭୁବନେଶ୍ୱର ସାଲିଆ ସାହିରୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାପଡିଛି ।

ଗତ ୨୦୧୬ ମସିହା ଜୁନ ୧୪ ତାରିଖ ରଜସଂକ୍ରାନ୍ତି ଦିନ ସଦର ଥାନା ସରଦେଇପରୁ ଗ୍ରାମର ନୃସିଂହ ଚରଣ ପ୍ରତିହାରୀଙ୍କ ଅଭିଯୋଗ ଅନୁସାରେ ତାଙ୍କ ଝିଅ ଖୁଲଣା ପ୍ରତିହାରୀ ରାଜସ୍ଥାନ ରାଜ୍ୟ ବେଗୁମଗଞ୍ଜ କିରତାରପୁର ଗ୍ରାମର ଶିବ ଚରଣ ଅହିରୱ।ରଙ୍କ ପୁଅ ରାମଜୀ ଅହିରୱ।ରଙ୍କୁ ଗତ ୨୦୧୫ ମସିହାରେ ବିବାହ କରିଥିଲେ । ବିବାହ ପରେ ଉଭୟ ୯ ମାସ ଏକତ୍ରିତ ରହିବା ପରେ ସଦର ଥାନା ସରଦେଇପରୁ ଗ୍ରାମକୁ ଫେରିଥିଲେ ।

ସେତେବେଳେ ଖୁଲଣା ୯ ମାସର ଗର୍ଭବତୀ ହୋଇଥିଲେ , ତାଙ୍କ ସ୍ୱାମୀ ରାମଜୀ ନିଜ ସହିତ ଖୁଲଣାକୁ ନିଜ ଗ୍ରାମକୁ ନେବାକୁ ଚେଷ୍ଟା କରିଥିବା ବେଳେ ଗର୍ଭବତୀ ଥିବା ଖୁଲଣା ସ୍ୱାମୀ ସହିତ ଯିବ।କୁ ନାରାଜ ହୋଇଥିଲା ।

ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ରାମଜୀ ଉତକ୍ଷିପ୍ତ ହୋଇ ଖୁଲଣା ଶୋଇଥିବା ସମୟରେ ଏକ ଟାଙ୍ଗିଆରେ ନିର୍ମମ ଭାବରେ ହତ୍ୟା କରିବା ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା ।

ଏହି ଘଟଣାକୁ ନେଇ ସଦର ଥାନାରେ ୧୪/୨୦୧୬ ରେ ଏକ
ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଥିଲା । ଏହି ଘଟଣାରେ ଜଡିତ ରାମଜୀକୁ ଧରିବ। ପାଇଁ ପୋଲିସର ଏକ ଟିମ ଗଠନ କରି ଅଭିଯୁକ୍ତକୁ ଧରିବା ପାଇଁ ଯୋଜନା କରିଥିଲା । କୌଣସି ସୂତ୍ରରୁ ଖବର ପାଇ ପୋଲିସ ସଦଳବଳେ ଭୁବନେଶ୍ୱର ସାଲିଆ ସାହିରୁ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲା ।

ପୋଲିସ ରାମଜୀ ନିକଟରୁ ଏକ ଟାଙ୍ଗିଆ ଜବତ କରିବା ସହିତ ପରୀକ୍ଷା ପାଇଁ ଭୁବନେଶ୍ୱର ସ୍ଥିତ ଏସଏଫଏସଏଲକୁ ପଠାଇଥିବାର ଜଣାପଡିଛି। ଘଟଣାକୁ ନେଇ ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ପ୍ରଦାନ କରାଯାଇଛି ।

new life
You might also like
error: Content is protected !!