News
WhatsApp Image 2023-10-04 at 17.25.00
samparksetu

ତଣ୍ଟି ଦରଜ ରୋଗୀଙ୍କୁ ପେଟଟଣା ଔଷଧ ଦେଲେ ଡାକ୍ତର !

ତଣ୍ଟି ଦରଜ ରୋଗୀଙ୍କୁ ପେଟଟଣା ଔଷଧ ଦେଇଦେଲେ ଡାକ୍ତର,ଢେଙ୍କାନାଳ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଏପରି ଘଟଣା ଦେଖିବାକୁ ମିଳିଛି । ଢେଙ୍କାନାଳ ସହରର ସାନନ୍ଦ ଜେନାଙ୍କ ଝିଅର ଥଣ୍ଡାରୁ ନାକରୁ ପାଣି ଗଡିବା ସହ ତଣ୍ଟି ଦରଜ ହୋଇଥିଲା । ଗତକାଲି ସେ ଝିଅକୁ ନେଇ ବାଜିଚୌକ ଠାରେ ଥିବା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ଆସିଥିଲେ ।

ଡାକ୍ତର ତାଙ୍କୁ ଦେଖି ଔଷଧ ଲେଖି ଦେଇଥିଲେ । ଏକ କଫସିରଫ ଓ ୨ପ୍ରକାର ଟାବଲେଟ୍ ଦେଇଥିଲେ । ହେଲେ କୌଣସି କାରଣରୁ ସନ୍ଦେହ ହେବାରୁ ସେ ଏକ ଔଷଧ ଦୋକାନରେ ଔଷଧ ନେଇ ଦେଖାଇଥିଲେ । ଔଷଧ ଦୋକାନୀ ଏହା ତଣ୍ଟି ଦରଜ ନୁହେଁ ପେଟ ଟଣା ଔଷଧ ଦିଆଯାଇଥିବା କହିଥିଲେ । ଏହାପରେ ସେ ଡାକ୍ତରଙ୍କୁ ଏନେଇ ଅଭିଯୋଗ କରିଥିଲେ । ମାତ୍ର ଡାକ୍ତର ଏହାକୁ ଅସ୍ବୀକାର କରିବା ସହ ,ତୁମେ ପେଟ ଟାଣୁଥିବା କଥା କହିବାରୁ ପେଟ ଟଣା ଔଷଧ ଲେଖିଲି ବୋଲି କହିଥିଲେ ।

ଝିଅ ନୁହେଁ, ମୁଁ ନିଜେ ତଣ୍ଟି ଦରଜ ହୋଇଛି ବୋଲି କହିଥିବା କହିଥିଲେ । ଯାହାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଭୁଲ ଔଷଧ ବୋଲି ଜଣା ପଡିନଥିଲେ ଏହାକୁ ଖାଇଥିଲେ କଣ ହୋଇଥାନ୍ତି ବୋଲି ଶ୍ରୀ ଜେନା ପ୍ରଶ୍ନ କିରିବା ସହ ଡାକ୍ତରଙ୍କ ଅବହେଳାକୁ ଦାୟୀ କରିଛନ୍ତି ।

new life
You might also like
error: Content is protected !!