News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଳା ୬୬୨ କଲେଜ ସଙ୍ଘ ତରଫରୁ କ୍ୟାବିନେଟ ନିଷ୍ପତିର ପ୍ରତିବାଦ

ଢେଙ୍କାନାଳ ଜିଲ୍ଳା ୬୬୨ କଲେଜ ସଙ୍ଘ ତରଫରୁ କ୍ୟାବିନେଟ ନିଷ୍ପତିର ପ୍ରତିବାଦ କରାଯିବା ସହିତ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ଗତ ଡିସେମ୍ବର ୩୦ ତାରିଖରେ ଅନୁଷ୍ଠିତ କ୍ୟାବିନେଟ ନିଷ୍ପତିରେ ଅବିକଳ ୭ମ ବେତନ କମିଶନ ଆଧାରରେ ଦରମା ପ୍ରଦାନ ପାଇଁ ନିଷ୍ପତି ହୋଇଥିବା ବେଳେ ଉଚ୍ଚ ଶିକ୍ଷା ବିଭାଗର ୧୩୯୬ ବିଜ୍ଞପ୍ତି ଅନୁସାରେ ୨୦୨୨ଜାନୁଆରୀ ୧୧ ତାରିଖରେ ପ୍ରକାଶ କରିଥିଲେ । ଦୀର୍ଘ ୧ ବର୍ଷ ଧରି ସମାନ ହାରରେ ଦରମା ପାଉଥିବା ବେଳେ କିଛି କର୍ମଚାରୀ ଏବଂ ଅଧ୍ୟାପକଙ୍କୁ ଅନୁକମ୍ପା ଦେଖାଇ ସରକାର ୧୦ ହଜାର ଟଙ୍କାର ତାରତମ୍ୟ ଘୋଷଣା କରିଛନ୍ତି ।

ଏପରିକି ୪୮୮ ବର୍ଗର ପିଇଟି,ଲାଇବ୍ରେରିଆନ,ଡେମନଷ୍ଟ୍ରେଟର ମାନଙ୍କ ଠାରୁ ୬୬୨ ବର୍ଗର ଅଧ୍ୟାପକ ମାନେ କମ ଦରମା ପାଇବେ । ନିଯୁକ୍ତିରେ ବରିଷ୍ଠ ଏବଂ ସମାନ ପଦ୍ଧତିରେ ନିଯୁକ୍ତି ପାଇଥିଲେ ମଧ୍ୟ ୬୬୨ ଅଧ୍ୟାପକ କର୍ମଚାରୀ ମାନଙ୍କୁ ଅଣଦେଖା କରାଯାଉଥିବାର ଅଭିଯୋଗ ହୋଇଛି । ମୁଖ୍ୟମନ୍ତ୍ରୀଙ୍କୁ ସଠିକ ତଥ୍ୟ ପ୍ରଦାନ କରାନଯାଇ ଏଭଳି କରା ଯାଇଥିବାର ସଙ୍ଘ ଅଭିଯୋଗ କରିବା ସହିତ ମୁଖ୍ୟ ଶାସନ ସଚିବଙ୍କ ଏଭଳି ନିଷ୍ପତି ଦୁର୍ଭାଗ୍ୟ ଜନକ ଏବଂ ନନ୍ଦାଜନକ ବୋଲି ସଙ୍ଘ ଅଭିଯୋଗ କରିଛି । ସମାନ କାମକୁ ସମାନ ଦରମା ନକରି ୪୮୮ ବର୍ଗର ଅଧ୍ୟାପକ କର୍ମଚାରୀଙ୍କୁ ଅହେତୁକ ଅନୁକମ୍ପା ଦେଖା ଯାଉଥିବାର ଅଭିଯୋଗ କରି ସଙ୍ଘ ଆନ୍ଦୋଳନକୁ ଓହ୍ଲାଇ ଥିବାର ଜଣାପଡିଛି । ଏଭଳି ନିଷ୍ପତିର ପରିବର୍ତ୍ତନ ସହିତ ବିଶାଳ ଆନ୍ଦୋଳନକୁ ଓହ୍ଲାଇବାକୁ ସଙ୍ଘ ଚେତାବନୀ ଦେବା ସହିତ ପରୀକ୍ଷାରେ ଅସହଯୋଗ ,ଫେବୃଆରୀ ୩ରେ ମହା ସମାବେଶ କରିବାକୁ ନିଷ୍ପତି ନେଇଛି । ଏ ମର୍ମରେ ଏକ ଦାବିପତ୍ର ସଭାପତଗୋଲକ ନାୟକଙ୍କ ନେତୃତ୍ୱରେ ଜିଲ୍ଳାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି ।

new life
You might also like
error: Content is protected !!