News
WhatsApp Image 2023-10-04 at 17.25.00
samparksetu

ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ଦାବିପତ୍ର

କେନ୍ଦ୍ରୀୟ ବି.ଏମ.ଏମ୍ ର ନିଷ୍ପତି କ୍ରମେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ଦଫା ଦାବିପତ୍ର ଢେଙ୍କାନାଳ ଜିଲ୍ଲା ଭାରତୀୟ ମଜଦୁର ସଂଘ ତରଫରୁ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି । ଏହି ଦାବିପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଉଦୟନାଥ ମହାପାତ୍ର ଙ୍କୁ ସଂଘ ର କର୍ମକର୍ତ୍ତାମାନେ ପ୍ରଦାନ କରିଛନ୍ତି ।

ଦାବି ଗୁଡ଼ିକ ମଧ୍ୟରେ ରହିଛି ,ଶ୍ରମିକ ମାନଙ୍କୁ ସାମାଜିକ ସୁରକ୍ଷା ଶ୍ରମିକଙ୍କ ଆର୍ଥିକ ବିକାଶ ପାଇଁ ରାଷ୍ଟ୍ରୀୟ ଶ୍ରମନୀତି ପ୍ରଣୟନ, ସର୍ବନିମ୍ନ ମଜୁରୀ ବଦଳରେ ଜୀବିକା ମଜୁରି ପ୍ରଦାନ ଓ ଠିକା ପ୍ରଥା ଉଛେଦ ଓ ନିୟନ୍ତ୍ରଣ ଆଇନ୍‌ ଆବଶ୍ୟକୀୟ ସଂଶୋଧନ ଆଣିବା । ଉକ୍ତ କାର୍ଯ୍ୟକ୍ରମରେ ସଂଘର ସଭାପତି କୃଷ୍ଣଚନ୍ଦ୍ର ସାହୁ ଜିଲ୍ଲା ସଂପାଦକ ଦୁର୍ଗା ପ୍ରସାଦ ମିଶ୍ର, ପ୍ରଫୁଲ୍ଲ କୁମାର ରାଉତ, ଜିଲ୍ଲାନେତ୍ରୀ ମାନସୀ ମହାପାତ୍ର , ନିରୋଜ ନଳିନୀ ମହାଳିକ, ଉଷାରାଣୀ ଦାସ,ସ୍ବର୍ଣ୍ଣପ୍ରଭା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

new life
You might also like
error: Content is protected !!