News
WhatsApp Image 2023-10-04 at 17.25.00
samparksetu

ଗାଡ଼ି ଧକ୍କାରେ ଗାଡ଼ି ମେକାନିକ ମୃତ !

ଏକ ଟ୍ରକ ଇଞ୍ଜିନ କାମ ସାରି ବାଇକ ଯୋଗେ ଘରକୁ ଫେରୁଥିବା ସମୟରେ ପଛପଟୁ ଧକ୍କା ଦେଇଥିଲା ଏକ ଅଜଣା ଗାଡି । ଢ଼େଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୩ ବାଇପାସ ନିକଟରେ ଘଟିଛି ମାର୍ମଦୂନ୍ତ ସଡ଼କ ଦୁର୍ଘଟଣା । ତେବେ ଏହି ଦୁର୍ଘଟଣାରେ ଯୁବକ ଜଣଙ୍କର ମୃତ୍ୟୁ ହୋଇଛି ।

ସୁଚନା ଅନୁସାରେ, ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଡୁବୁରୀ ଅନ୍ତର୍ଗତ ଗୋଲାଗାଁର ସୁଦର୍ଶନ ବେହେରେ ବୟସ ୩୭ ବର୍ଷ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳକୁ ଏକ ଟ୍ରକ ଇଞ୍ଜିନ ମରାମତି କରିବାକୁ ଯାଇଥିଲେ । ତେବେ କାମ ସାରି ନିଜ ମୋଟରସାଇକେଲ OD-04-9729 ଯୋଗେ ଘରକୁ ଫେରୁଥିଲେ । ସ୍ଥାନୀୟ କିଛି ଲୋକଙ୍କ କହିବାନୁସରେ ଫେରିବା ସମୟରେ ଭୁବନ ଅଞ୍ଚଳ ଦେଇ ଯାଇଥିବା ଜାତୀୟ ରାଜପଥ ୫୩ ଉପରେ କୌଣସି ଏକ ଗାଡ଼ି ସୁଦର୍ଶନଙ୍କୁ ପଛପଟୁ ଧକ୍କା ଦେଇଥିଲା l ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନସ ଯୋଗେ ସୁଦର୍ଶନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଭୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ ।

ତେବେ ଭୁବନ ଡାକ୍ତର ସୁଦର୍ଶନଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଭୁବନ ପୋଲିସ ଭୁବନ ମେଡିକାଲରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଚଳାଇଛି ।ବାରମ୍ବାର ପ୍ରାୟ ପ୍ରତିଦିନ ଭୁବନ ଅଞ୍ଚଳ ଦେଇ ଯାଇଥିବା ରାଜପଥ ଉପରେ ସଡ଼କ ଦୁର୍ଘଟଣା ଘଟୁଛି ଯାହା ପାଇଁ କି ଭୁବନ ଅଞ୍ଚଳବାସୀ ଭୁବନ ଥାନା ରୁ ଆରମ୍ଭ କରି ବାଉଁଶ କଣ ଗ୍ରାମ ଯାଏ ଏକ ସର୍ଭିସ୍ ରୋଡ଼ ପାଇଁ ପ୍ରଶାସନ କୁ ନିବେଦନ କରିଛନ୍ତି ।

new life
You might also like
error: Content is protected !!