News
WhatsApp Image 2023-10-04 at 17.25.00
samparksetu

ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର ଆହତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ , ଢେଙ୍କାନାଳ ଜିଲ୍ଲାର ମେରାମୁଣ୍ଡଳୀ ସ୍ଥିତ ଟାଟା ଷ୍ଟିଲ କମ୍ପାନୀରେ କାର୍ଯ୍ୟକରୁଥିବା ଜଗତସିଂହପୁର ଜିଲ୍ଲାର ତିର୍ତୋଲ ଥାନା ଅଞ୍ଚଳର ଆନନ୍ଦ ପାତ୍ର(୨୮) ଓ ଯାଜପୁର ଜିଲ୍ଲାର ଦିବ୍ୟରଞ୍ଜନ ପ୍ରଧାନ କୌଣସି କାର୍ଯ୍ୟରେ ଏକ ପଲସର ବାଇକ ଯୋଗେ ଅନୁଗୋଳ ସନ୍ତ୍ରୀରୁ ଧବଳେଶ୍ୱର ପୁରୁଣା କଟକ-ସମ୍ବଲପୁର ରାସ୍ତା ଦେଇ ଯାଉଥିବା ସମୟରେ ବାଲିମି ଥାନା ଅନ୍ତର୍ଗତ ଓଡି୧୯ ହୋଟେଲ ନିକଟରେ ଦୁର୍ଘଟଣା ହେବା ଫଳରେ ଦୁଇଜଣ ଯାକ ଗୁରୁତର ଆହତ ହୋଇଥିଲେ ।

ସ୍ଥାନୀୟ ଲୋକଙ୍କ ଠାରୁ ଖବରପାଇ ଦୁଇ ଜଣଜାକୁ ଆମ୍ବୁଲାନ୍ସ ଯୋଗେ ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନା ଅଣାଯାଇଥିଲା ସେଠାରେ ଡାକ୍ତର ଦିବ୍ୟରଞ୍ଜନ ପ୍ରଧାନଙ୍କୁ ମୃତ ଘୋଷଣା କରିଥିବାବେଳେ ଗୁରୁତର ଆନନ୍ଦ ଙ୍କ ଚିକିତ୍ସା ଜାରି ରହିଛି।

ଖବର ଲେଖା ହେବା ପର୍ଯ୍ୟନ୍ତ ମେଡିକାଲରେ ପୋଲିସ ପ୍ରଶାସନ ପହଂଚି ନଥିବା ବେଳେ ମୃତକ ଓ ଆହତଙ୍କ ପରିବାର ବର୍ଗଙ୍କୁ ଖବର ଦିଆସରିଛି ଏବଂ ପରିବାର ବର୍ଗ ଖୁବଶୀଘ୍ର ହିନ୍ଦୋଳ ପହଂଚିବେ ବୋଲି ଜଣାପଡିଛି । ରାତି ହୋଇଯାଥିବାରୁ ମୃତକ ଦିବ୍ୟରଞ୍ଜନ ପରିବାର ପହଂଚିଲା ପରେ ଥାନାରେ ଏତଲା ଦିଆଯିବା ସହ ଶବ ବ୍ୟବଚ୍ଛେଦ ଆସନ୍ତା କାଲି କରାଯିବ ବୋଲି ଡାକ୍ତରଖାନା ସୂତ୍ରରୁ ପ୍ରକାଶ ।

new life
You might also like
error: Content is protected !!