News
WhatsApp Image 2023-10-04 at 17.25.00
samparksetu

ଗାଡି ଧକ୍କାରେ ବାପା ମୃତ, ପୁଅ ଗୁରୁତର

ତୁମୁସିଙ୍ଗା ଥାନା ସୋଗର ଗ୍ରାମର ଅକ୍ଷୟ ସାହୁ ଓ ପୁଅ ଆଶିଷ ସାହୁ ଉଭୟ ଆଜି କୌଣସି କାମ ନେଇ ବାଇକ୍ ଯୋଗେ ପଣ୍ଡୁଆ ବଜାରକୁ ଆସିଥିଲେ, କାମସାରି ଘରକୁ ଫେରୁଥିବା ବେଳେ ଏକ ଅଜଣା ଗାଡି ତାଙ୍କ ବାଇକକୁ ସାଳୁଆ ଛକ ନିକଟରେ ଧକ୍କା ଦେଇଥିଲା।

ଫଳରେ ବାପ ପୁଅ ଘଟଣା ସ୍ଥଳରେ ଗୁରୁତର ଅବସ୍ଥାରେ ପଡି ରହିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ଅଁଳାବେରେଣି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।ସେଠାରେ ଡାକ୍ତର ବାପା ଅକ୍ଷୟ ସାହୁଙ୍କୁ ମୃତ ଘୋଷଣା କରିଥିଲେ,ପୁଅ ଆଶିଷର ଚିକିତ୍ସା ଜାରି ରହିଛି। ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି।

new life
You might also like
error: Content is protected !!