News
WhatsApp Image 2023-10-04 at 17.25.00
samparksetu

ସଡ଼କ ଦୁର୍ଘଟଣାରେ ଜଣେ ମୃତ ,ଜଣେ ଗୁରୁତର

ସଡ଼କ ଦୁର୍ଘଟଣାରେ ଜଣେ ମୃତ ,ଜଣେ ଗୁରୁତର। ସୂଚନା ଅନୁଯାୟୀ ,ଢେଙ୍କାନାଳ ସଦର ଥାନା ଦୀନବନ୍ଧୁପୁର ଗ୍ରାମର ଶ୍ରୀକାନ୍ତ ନାଏକ ଓ ଅଜୟ ନାଏକ କୌଣସି କାମରେ ଯାଇ ଏକ ବାଇକ ଯୋଗେ ଫେରୁଥିବା ସମୟରେ ଆଜି ଅପରାହ୍ନରେ ରସୋଳ ଥାନା ଅନ୍ତର୍ଗତ ସୁକିଆବାଉତି ପେଟ୍ରୋଲପମ୍ପ ନିକଟରେ ଏକ ଅଜଣା ଗାଡି ତାଙ୍କୁ ପିଟି ଦେଇ ଫେରାର ହୋଇଯାଇଥିଲା ।

ଫଳରେ ଦୁଇଜଣ ବାଇକ ସହ ଛିଟିକି ପଡ଼ିଥିଲେ । ଘଟଣାସ୍ଥଳରେ ଶ୍ରୀକାନ୍ତ ଓ ଅଜୟ ଗୁରୁତର ଆହତ ହୋଇ ଛଟପଟ ହେଉଥିଲେ, କିଛି ଲୋକ ଦୁର୍ଘଟଣା ଦେଖି ୧୦୮ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ ମଧ୍ୟ ଆମ୍ବୁଲାନ୍ସ ଶୀଘ୍ର ଆସିନଥିଲା ,ପରେ ରସୋଳ ଅଗ୍ନିଶମ ବିଭାଗକୁ ଖବର ଦେବାରୁ ଅଗ୍ନିଶମ କର୍ମଚାରୀ ଓ ଗାଡି ପହଂଚି ଆହତ ଶ୍ରୀକାନ୍ତ ଓ ଅଜୟଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ ।

ମାତ୍ର ଡାକ୍ତର ସେଠାରେ ଶ୍ରୀକାନ୍ତ ଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ଅଜୟ ଙ୍କ ଚିକିତ୍ସା ଜାରି ରଖିଛନ୍ତି ।ଆମ୍ବୁଲାନ୍ସ ଠିକ ସମୟରେ ନପହଂଚିବାରୁ ସ୍ଥାନୀୟ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଥିଲେ ।

new life
You might also like
error: Content is protected !!