News
WhatsApp Image 2023-10-04 at 17.25.00
samparksetu

ସାମୂହିକ ଛୁଟିରେ ଗଲେ ଅମଲା

ଢେଙ୍କାନାଳ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ଜିଲ୍ଲା ଶାଖା ତରଫରୁ ରାଜ୍ୟ ସଙ୍ଘର ଆହ୍ୱାନ କ୍ରମେ ଶିକ୍ଷାଗତ ଯୋଗ୍ୟତା ଆଧାରରେ ଦରମା ସମୀକରଣ ଦାବି କରି ଜିଲ୍ଲାରେ ଥିବା ସମସ୍ତ ଅମଲା ମାନେ ଗୁରୁବାର ଠାରୁ ସାମୂହିକ ଛୁଟିରେ ଯାଇଛନ୍ତି । ଫଳରେ ଜିଲ୍ଲାରେ ଥିବା ସମସ୍ତ ସରକାରୀ କାର୍ଯ୍ୟଳୟ ଗୁଡିକ ଶୂନଶାନ ହୋଇପଡିଛି । ରାଜ୍ୟ ସରକାର ୨୦୧୭ ମସିହାରୁ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କର ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇରୁ ସ୍ନାତକ ସହିତ କମ୍ପ୍ୟୁଟର ଜ୍ଞାନ ରହିଥିବା ଆବଶ୍ୟକ ବୋଲି ଓଡ଼ିଶା ସରକାରଙ୍କ ରିଜୋଲୁସନ ନଂ ୨୭୩୬୭/ ୨୦୧୭ରେ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା । ସ୍ୱାତକ ହାରରେ ଅମଲା ମୂଳ ଦରମାରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ଏବେ ମଧ୍ୟ ସେମାନଙ୍କୁ ମାଟ୍ରିକ ହାରରେ ଦରମା ପ୍ରଦାନ କରାଯାଉଥିବାର ଅଭିଯୋଗ ହୋଇଛି । ସରକାରଙ୍କ ସହିତ ବାରମ୍ବାର ଆଲୋଚନା ପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।

ଫଳରେ ଅମଲାମାନେ ଜନୁ ୧ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବୋଲି ଆବାହକ ଅଋଣ କୁମାର ବଲିଆର ସିଂହ ଜଣାଇଛନ୍ତି । ଅମଲାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସମ୍ମୁଖରେ ଧାରଣାରେ ବସିବା ସହିତ ତାଙ୍କର ଦାବି ପୂରଣ କରିବାକୁ ନିବେଦନ କରିଛନ୍ତି ।

new life
You might also like
error: Content is protected !!