News
WhatsApp Image 2023-10-04 at 17.25.00
samparksetu

ଶିକ୍ଷାଗତ ଯୋଗ୍ୟତା ଆଧାରରେ ଦରମା ସମୀକରଣ ଦାବି,ଅମଲା ମାନଙ୍କ କଳାବ୍ୟାଚ ପରିଧାନ

ଢେଙ୍କାନାଳ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ଜିଲ୍ଲା ଶାଖା ତରଫରୁ ରାଜ୍ୟ ସଙ୍ଘର ଆହ୍ୱାନରେ ଶିକ୍ଷାଗତ ଯୋଗ୍ୟତା ଆଧାରରେ ଦରମା ସମୀକରଣ ଦାବି କରି ଜିଲ୍ଲାର ଥିବା ସମସ୍ତ ଅମଲା ମାନେ କଳାବ୍ୟାଚ ପରିଧାନ କରିବା ସହିତ ଜୁନ ଏକ ତାରିଖରୁ ଦାବି ପୂରଣ ନହେଲେ ସମୂହ ଛୁଟିରେ ଯିବାକୁ ଚେତାବନୀ ଦେଇଛନ୍ତି ।

ରାଜ୍ୟ ସରକାର ୨୦୧୭ ମସିହାରୁ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କର ଶିକ୍ଷାଗତ ଯୋଗ୍ୟତା +୨ ସ୍ନାତକ ସହିତ କମ୍ପ୍ୟୁଟର ଜ୍ଞାନ ରହିଥିବା ଆବଶ୍ୟକ ବୋଲି ଓଡ଼ିଶା ସରକାରଙ୍କ ରିଜୋଲୁସନ ନଂ ୨୭୩୬୭/ ୨୦୧୭ରେ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୂଳ ଦରମାରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏବେ ମଧ୍ୟ ସେମାନଙ୍କୁ ମାଟ୍ରିକ ହାରରେ ଦରମା ପ୍ରଦାନ କରାଯାଉଥିବାର ଅଭିଯୋଗ ହୋଇଛି । ସରକାରଙ୍କ ସହିତ ବାରମ୍ବାର ଆଲୋଚନା ପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।

ଏହାକୁ ନେଇ ଅମଲା ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି । ସରକାର ମଇ ମାସ ୩୧ ତାରିଖ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି ଜୁନ ୧ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଯିବାକୁ ଲିଖିତ ଭାବରେ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲା ମିଳିତ ଅମଲା ମଞ୍ଚ ତରଫରୁ ଆବାହକ ଅଋଣ କୁମାର ବଳିଆର ସିଂହ ଜଣାଇଛନ୍ତି ।

new life
You might also like
error: Content is protected !!