News
WhatsApp Image 2023-10-04 at 17.25.00
samparksetu

ଅଁଳାବେରେଣୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ବକେୟା ଦରମା ନମିଳିବା ଯୋଗୁ ସଫେଇ କର୍ମଚାରୀଙ୍କ ଧାରଣା

କାମାକ୍ଷାନଗର ବ୍ଲକ ଅଁଳାବେରେଣୀ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ନିର୍ମଳ ଯୋଜନାରେ ନିଯୁକ୍ତି ପାଇଥିବା କର୍ମଚାରିଙ୍କ ଦରମା ନମିଳିବା ଯୋଗୁ ଧାରଣାରେ ବସିଲେ କର୍ମଚାରୀ।ଯାହା ଫଳରେ ସଫେଇ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।

ସୂଚନା ଅନୁସାରେ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ସଫେଇ କାର୍ଯ୍ୟ ପାଇଁ ୭ଜଣ ନିଯୁକ୍ତି ପାଇଥିବା ବେଳେ ତିନି ମାସ ହେଲା ଦରମା ନମିଳିବା ସହିତ,EPF ଓ ESI ମଧ୍ୟ କଟୁନାହିଁ।ଯାହା ଫଳରେ କର୍ମଚାରୀ ମାନେ ପରିବାର ଚଳାଇବା କଷ୍ଟସାଧ୍ୟ ହୋଇପଡୁଛି।

ତେବେ ଏନେଇ କର୍ମଚାରୀ ମାନେ ପୂର୍ବରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରି,ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଅବଗତ କରାଇଥିଲେ ମଧ୍ୟ କୈାଣସି ସୁଫଳ ମିଳିପାରିଲା ନାହିଁ।ତେଣୁ ଆଜି ସମସ୍ତ ସଫେଇ କର୍ମଚାରୀ ମାନେ ମେଡିକାଲ ସମ୍ମୁଖରେ ବସି ରହିଥିଲେ ।ତେବେ ପ୍ରତିଶ୍ରୁତି ପରେ ଅନଶନ ରୁ ହଟିଥିଲେ ସଫେଇ କର୍ମଚାରୀ ।

new life
You might also like
error: Content is protected !!