News
WhatsApp Image 2023-10-04 at 17.25.00
samparksetu

ଅଁଳାବେରେଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥା!

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ବିଜୁଳି ଗଲେ ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ଧାର ହୋଇଯାଏ। ବିଜୁଳି କଟିଲେ ରୋଗୀମାନଙ୍କୁ ଅନ୍ଧାରରେ ରହିବାକୁ ପଡୁଛି। ଯେଉଁ ଜେନେରେଟର ରହୁଛି ତାହା କାମରେ ଲାଗୁନାହିଁ। ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ ନକଲେ ବିଜୁଳିକୁ ଅପେକ୍ଷା କରିବାକୁ ପଡୁଛି।

ଆଜି ସନ୍ଧ୍ୟାରେ ବିଜୁଳି କଟି ଯାଇଥିବା ବେଳେ କିଛି ସମୟ ଅନ୍ଧାରରେ ରହିବା ପରେ ଜେନେରେଟର ଲଗାଇଥିଲେ। ଆବଶ୍ୟକ ମୁତାବକ ଶକ୍ତି ଯୋଗାଇ ପାରୁନଥିବାରୁ ପଙ୍ଖା ବୁଲୁ ନଥିବା ଦେଖାଯାଇଥିଲା। ଗ୍ରୀଷ୍ମପ୍ରବାହ ଯୋଗୁଁ ଅସହ୍ୟ ଗରମ ହେଉଥିବା ବେଳେ ରୋଗୀ ଛଟପଟ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି। କର୍ମଚାରୀ ଅବହେଳା ଯୋଗୁଁ ଡ଼ାକ୍ତରଖାନାର ପାଣି ଟାଙ୍କି ଫୁଲ ହୋଇ ଉଛୁଳୁଛି l ଯାହାଫଳରେ ପାଣି ଜମି ମଶା ଙ୍କ ପ୍ରାଦୁର୍ଭାବ ବଢିବାର ଦେଖାଯାଇଛି

l ଆୟୁଷ ବର୍ହି ବିଭାଗ ଖୋଲୁ ନାହିଁ ବୋଲି ଜଣାପଡିଛି l ଏ ବିଷୟ ନେଇ ଡାକ୍ତର ଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ l ରୋଗୀ ଙ୍କର କିଭଳି ଭାବେ ଅସୁବିଧା ନ ହେବ ସେଥିପାଇଁ ଜନସାଧାରଣ ପ୍ରଶାସନ କୁ ଅନୁରୋଧ କରିଛନ୍ତି l

new life
You might also like
error: Content is protected !!