News
WhatsApp Image 2023-10-04 at 17.25.00
samparksetu

ପଥର ଖଣିରୁ ଯୁବକ ଙ୍କ ମୃତଦେହ ଉଦ୍ଧାର

ମୋଟଙ୍ଗା ଥାନା ବଦାଳୁ ଗ୍ରାମ ପଞ୍ଚାୟତ ଅଧୀନ ଘୋଡାଡିଆ ନରହରିପୁର ରାସ୍ତା ର ଏକ ପୁରୁଣା ପଥର ଖଣିରୁ ଅନଗୁଳ ଜିଲ୍ଲା ପୋଲିସ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ , ଅନଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ କୋରଡା ଗ୍ରାମ ର ଅରୁଣ ବେହେରା ଙ୍କ ପୁତ୍ର ବିକାଶ ବେହେରା (୨୩ ) ନାମକ ଯୁବକ ଗତ ନଭେମ୍ବର ୨୬ ତାରିଖ ରେ ନିଖୋଜ ହୋଇଥିବା ଜରପଡା ଥାନା ରେ ଅଭିଯୋଗ ହୋଇଥିଲା । ଜରପଡା ପୋଲିସ ଅଭିଯୋଗ କୁ ଭୀତି କରି ତଦନ୍ତ କରିବା ପରେ ପୋଲିସ ଜାଣିବାକୁ ପାଇଥିଲା ଯେ ବିକାଶ ବେହେରା ଙ୍କୁ ହତ୍ୟା କରି ମୋଟଙ୍ଗା ଥାନା ଅଞ୍ଚଳରେ ଏକ ପୋଖରୀ ରେ ପକାଇ ଦିଆଯାଇଛି । ପରେ ଅଭିଯୁକ୍ତ ମଧ୍ୟରୁ ଜଣଙ୍କୁ ଧରି ଜରପଡା ପୋଲିସ ଗତ ଦୁଇଦିନ ଧରି ଘୋଡାଡଆଁ ଅଞ୍ଚଳରେ ଖୋଜାଖୋଜି କରିବା ପରେ ଆଜି ଅପରାହ୍ନରେ ହିନ୍ଦୋଳ ରୋଡ ଦମକଳ ବାହୀନି ଦ୍ଵାରା ବିକାଶ ବେହେରା ଙ୍କ ମୃତଦେହ ଉଦ୍ଧାର କରିଥିଲେ ।ଏହା ଏକ ପ୍ରେମ ଜନିତ ହତ୍ୟା କାଣ୍ଡ ବୋଲି ଆଲୋଚିତ ହୋଇଥିବା ବେଳେ ତଦନ୍ତ ରେ‌ ବାଧାପ୍ରାପ୍ତ ହେବା ଲକ୍ଷରେ ପୋଲିସ କୌଣସି ତଥ୍ୟ ଦେବାକୁ ମନା କରିଥିଲେ ।

new life
You might also like
error: Content is protected !!