News
WhatsApp Image 2023-10-04 at 17.25.00
samparksetu

ଆରୋଗ୍ୟମ୍ ଯୋଗ ଓ ୱେଲଫେୟାର ଆସୋସିଏସନ୍ ର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ

ନଭେମ୍ବର ୧୮ତାରିଖ ଶୁକ୍ରବାର ଦିନ ଢେଙ୍କାନାଳ ସହର ଗଣେଶ ବଜାର ସ୍ଥିତ ଟାଉନ ହଲ୍ ରେ ଆରୋଗ୍ୟମ୍ ଯୋଗ ଓ ୱେଲଫେୟାର ଆସୋସିଏସନ୍ ତାର ଅନୁଷ୍ଠାନ ର ଶୁଭ ଉଦଘାଟନ ଆରମ୍ଭ କରିଛି ।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଉଦୟ କୁମାର ମହାପାତ୍ର ଅତିରିକ୍ତ ଜିଲ୍ଲାପାଳ ଓ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ବସନ୍ତ କୁମାର ରଥ ବରିଷ୍ଠ ଆଇନଜୀବୀ ଓ ଶୀମତୀ ଅନୁରାଧା ଗୋସ୍ବାମୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ତଥା ମୁଖ୍ୟ ବକ୍ତା ଭାବରେ ଶ୍ରୀଯୁକ୍ତ ଶିଶିର କୁମାର ଶତପଥୀ ବରିଷ୍ଠ ସାମ୍ବାଦିକ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଆନୁଷ୍ଠାନିକ ଭାବେ ଶୁଭଉଦଘାଟନ କରିଥିଲେ ।ଅନୁଷ୍ଠାନର ନିର୍ଦ୍ଦେଶକ ଅନସୂୟା ମିଶ୍ର ସଭାରମ୍ଭ ଓ ବିବରଣୀ ପାଠ କରିଥିଲେ ତଥା ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ପ୍ରଭାସ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।

ସଭାପତି ପ୍ରିୟତମା ଦାଶ ଅତିଥି ଓ ଅନ୍ୟ ଅତିଥିଙ୍କୁ ପୁଷ୍ପଗୁଚ୍ଛ, ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଛନ୍ତି ।ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମହାପାତ୍ର ଉକ୍ତ ଅନୁଷ୍ଠାନର ଉତ୍ତୋରୋତ୍ତର କାମନା କରି ବହୁତ ଶୀଘ୍ର ଶହେ ବର୍ଷ ରେ ପଦାର୍ପଣ କରୁ ବୋଲି କହିଥିଲେ ।ବିଜ୍ଞାନ ମହାନ୍ତି ଙ୍କ ମଂଚ ସଂଚାଳନ ବେଶ୍ ହୃଦୟସ୍ପର୍ଶୀ ହେବା ସହ ସାସ୍କୃତିକ ପରିବେଶ ରେ ଦର୍ଶକ ମାନଙ୍କୁ ବାଂଧି ରଖି ପାରିଥିଲା ।ଶେଷରେ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କ ଦ୍ଵାରା ଯୋଗ ପ୍ରଦର୍ଶନ ହୋଇଥିଲା ଓ ସଭା ଶେଷରେ ପ୍ରଜ୍ଞାପ୍ରିୟା ନଂଦ ଓ ସାଥୀ ଙ୍କ ଦ୍ଵାରା ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଶେଷରେ ଢେଙ୍କାନାଳ କୁଂଜକାନ୍ତ ସ୍ଥିତ ଏହି ଆରୋଗ୍ୟମ୍ ଯୋଗ ଓ ୱେଲଫେୟାର ଆସୋସିଏସନ୍ ର ଉନ୍ନତି ପାଇଁ ସଭାପତି ପ୍ରିୟତମା ଦାଶ ଓ ପ୍ରଶିକ୍ଷିକ ମନଶ୍ୱିନୀ ମିଶ୍ର ସଭାସ୍ଥିତ ଦର୍ଶକ ତଥା ସହର ବାସୀ ଙ୍କୁ ଆଶୀର୍ବାଦ ଭିକ୍ଷା କରିଥିଲେ ।

new life
You might also like
error: Content is protected !!