News
WhatsApp Image 2023-10-04 at 17.25.00
samparksetu

୫୦ ଟଙ୍କା ଫିଙ୍ଗି ୬୫ ହଜାର ଲୁଟିନେଲେ !

୫୦ ଟଙ୍କା ଫିଙ୍ଗି ୬୫ ହଜାର ଲୁଟିନେଲେ ! ଗଁଦିଆ ଥାନା ଯୋରନ୍ଦ। ଫାଣ୍ଡି ଅନ୍ତର୍ଗତ ମହାପଦା ଗ୍ରାମର ବିନୋଦ ନାଥ (୬୫) ମଙ୍ଗଳବାର ମଧ୍ୟାହ୍ନରେ ଯୋରନ୍ଦା ସ୍ଥିତ ଏସବିଆଇ ଶାଖାକୁ ଟଙ୍କା ଉଠାଇବାକୁ ଯାଇଥିଲେ । ସେଠାରୁ ସେ ୬୫ ହଜାର ଉଠାଇ ବାଇକ୍ ଡିକି ରେ ପଇସା ରଖି ଘରକୁ ଯିବା ବେଳେ ,ତାଙ୍କ ପଛରେ ବାଇକ୍ ରେ ଆସୁଥିବା ୨ଯୁବକ ତାଙ୍କୁ କହିଥିଲେ କି ତୁମ ପକେଟରୁ ପଇସା ପଡ଼ିଯାଇଛି ।

ଯାହା ଫଳରେ ବାଇକ୍ ଛାଡି ବିନୋଦ ଟଙ୍କା ଗୋଟାଇବାକୁ ଯାଇଥିଲେ , ଏହି ସମୟରେ ୨ଯୁବକ ଗାଡିର ଡିକି କୁ ତାଡି ଭିତରେ ଥିବା ୬୫ ହଜାର ଟଙ୍କା ଲୁଟି ଫେରାର ହୋଇଯାଇଥିଲେ । ଏ ସମ୍ପର୍କରେ ବିନୋଦ ଯୋରନ୍ଦା ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଥିଲେ ।

new life
You might also like
error: Content is protected !!