News
WhatsApp Image 2023-10-04 at 17.25.00
samparksetu

ଭିଜିଲାନ୍ସ ରିମାଣ୍ଡ ଶେଷ,ପୁଣି ଜେଲରେ ଡାଳୁଆ ;୨ କୋଟିରୁ ଅଧିକ ସମ୍ପତି ଆକଳନ, ଶାଶୁ,ଶଳା,ପତ୍ନୀଙ୍କ ନାମରେ ୧୪ଟି ପ୍ଲଟ ଠାବ

ଢେଙ୍କାନାଳ ସଦର ଥାନା ଆଇଆଇସି ଡିଏସପି ଅଭିନବ ଡାଳୁଆ ବେଆଇନ ଭାବରେ ଅର୍ଥ ଆଦାୟ କରି ଶାଶୁ,ଶଳା,ଏବଂ ପତ୍ନୀଙ୍କ ନାମରେ ୧୪ଟି ମୂଲ୍ୟବାନ ପ୍ଲଟ କ୍ରୟ କରିଛନ୍ତି । ପ୍ରାରମ୍ଭିକ ଆକଳନ ବେଳେ ସମ୍ପତିର ମୁଲ୍ୟ ଦୁଇ କୋଟିରୁ ଅଧିକ ହେବ ବୋଲି ଜଣାପଡିଛି । ରିମାଣ୍ଡ ଶେଷ ହେବା ପରେ ପୁଣି ଥରେ ଜେଲକୁ ପଠାଇ ଦିଆଯାଇଛି ।

ସଦର ଥାନା ଆଇଆଇସି ଅଭିନବ ଡାଳୁଆ ବହୁ ବିବାଦରେ ପୂର୍ବରୁ ଛନ୍ଦି ହୋଇପଡିଥିବା ବେଳେ ଗତ ଅଗଷ୍ଟ ୩୦ ତାରିଖ ମଙ୍ଗଳବାର ଦିନ ଜଣେ ଟ୍ରକ ମାଲିକଙ୍କ ଠାରୁ ୩୦ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ୩୧ ତାରିଖରୁ ଜେଲ ହାଜତରେ ରହିଆସୁଥିଲେ ।ତାଙ୍କୁ ତିନି ଦିନ ପାଇଁ ରିମାଣ୍ଡରେ ନେବା ପାଇଁ ଭିଜିଲାନସ ତରଫରୁ ଆବେଦନ କରିଥିବା ବେଳେ ସ୍ୱତନ୍ତ୍ର ଭିଜିଲାନସ କୋର୍ଟ ଦୁଇ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି । ସେ ୮ ତାରିଖ ରୁ ୯ ତାରିଖ ଦୁଇ ଦିନ ପାଇଁ ରିମାଣ୍ଡରେ ନେଇ ପଚରାଉଚରା ଚଳାଇଥିଲା । ଏହି ସମୟରେ ବହୁ ବେନାମୀ ସମ୍ପତି ଠାକ କରାଯିବା ସହିତ ଦୁଇ କୋଟି ଟଙ୍କାର ସମ୍ପତି ଠାବ କରାଯାଇଥିବାର ଭିଜିଲାନ୍ସ ବିଭାଗ ତରଫରୁ ପ୍ରକାଶ ।

ରିମାଣ୍ଡ ସମୟରେ ପଚରା ଉଚରା ସହିତ ବେଆଇନ ଭାବରେ ଆଦାୟ କରୁଥିବା ଟଙ୍କାର ଭଏସ ରେକଡିଂ କୁ ଭୁବନେଶ୍ୱର ପଠାଯାଇ ସ୍ପକ୍ଟୋଗ୍ରାଫି ଟେଷ୍ଟ କରାଯାଇଥିଲା । ଭଏସ ରେକଡିଂରେ ଟ୍ରକ ମାଲିକଙ୍କୁ ଇଲିସି ମାଛ ଆଣିବା କଥା ସୋସିଆଲ ମେଡିଆରେ ବେଶ ଭାଇରାଲ ହୋଇଥିଲା ।ରିମାଣ୍ଡ ଅବଧି ସମୟରେ ପଚରାଉଚରା କରି ଭିଜିଲାନ୍ସ ବିଭାଗ ବହୁ କାଗଜପତ୍ର ଜବତ କରିଥିବା ବେଳେ ୧୪ଟି ପ୍ଲଟ ଠାବ କରାଯାଇଛି । ଖୋର୍ଦ୍ଧା ଜଟଣୀରେ ରାମଚନ୍ଦ୍ରପୁର ଠାରେ ଡାଳୁଆଙ୍କ ନାମରେ ଗୋଟିଏ ପ୍ଲଟ ରହିଥିବା ବେଳେ ଦୁଇମହଲା କୋଠା ରହିଛି । ସେହିପରି ତାଙ୍କ ପତ୍ନୀଙ୍କ ନାମରେ ଜଟଣୀ ନିକଟସ୍ଥ ବେଣାପଞ୍ଜୁରୀ, ମଙ୍ଗରାଜପୁରଓ ଓଗାଳପଡାରେ ୫ଟି ପ୍ଲଟ,ଶାଶୁଙ୍କ ନାମରେ ଯାଜପୁରକୋଗାଁରେ ଜମି ସହିତ ବେନାମୀ ସମ୍ପତି,ଢେଙ୍କାନାଳ ସଦର ଥାନା ବନମାଳୀପ୍ରସାଦ ଠାରେ ଦୂଇଟି ପଟ୍ଲ , ୨୦୧୮ ଓ ୨୦୨୦ରେ କେଉଁଝର ରେ କିଣାଯାଇଥିବା ଦୁଇଟି ପ୍ଲଟ,ଶଳାଙ୍କ ନାମରେ ବେନାମୀ ସମ୍ପତି ସହିତ କେଉଁଝର ଝାରବେଡାରେ ୨୦୨୦,୨୦୨୧ ଓ ୨୦୨୨ରେ କ୍ରୟ କରାଯାଇଥିବା ୪ଟି ପ୍ଲଟ ରହିଥିବାର ଜଣାପଡିଛି ।

ଏହା ସହିତ ସେୟାର ବଜାର,ଅର୍ଥ ଲଗାଣକାରୀ ସଂସ୍ଥା ସହିତ ସ୍ଥାବର ଓ ଅବସ୍ଥାବର ସମ୍ପତି ରହିଥିବାର ଭିଜିଲାନ୍ସ ପ୍ରକାଶ କରିଛି । ଏ ସଂକ୍ରାନ୍ତରେ ଭିଜିଲାନ୍ସ ଅଧିକ ତଦନ୍ତ ଚଳାଇଥିବା ବେଳେ ଆବଶ୍ୟକ ହେଲେ ପୁଣି ଥରେ ରିମାଣ୍ଡରେ ନିଆଯାଇପାରେ ବୋଲି ଜଣାପଡିଛି । ରିମାଣ୍ଡ ଶେଷ ହେବା ପରେ ଅଭିନବ ଡାଳୁଆଙ୍କୁ ଭିଜିଲାନ୍ସ ସ୍ପେସାଲ କୋର୍ଟରେ ହାଜର କରାଯିବା ପରେ ପୁଣି ଥରେ ତାଙ୍କୁ ଜେଲ ହାଜତକୁ ନିଆଯାଇଛି ।

new life
You might also like
error: Content is protected !!