News
WhatsApp Image 2023-10-04 at 17.25.00
samparksetu

ଆୟୁଷ ପଡିଛି ବନ୍ଧା

ଏ ପାଖେ ଜୀବନ
ସେପାଖେ ମରଣ
ମଝିରେ ଆୟୁଷ ବନ୍ଧା
ସୁଖ ଦୁଃଖ ମଧ୍ୟେ
କିଏ ଆପଣାର
ବିଚାରିବା ଅସୁବିଧା  l

ଜୀବନ ଟାଣୁଛି
ଆଗେ ଚାଲିବାକୁ
ମରଣ ଖୋଳୁଛି ଗାତ
ଆୟୁଷ ହିସାବ
ଚିତ୍ରଗୁପ୍ତ କରେ
କର୍ମ ଫଳ ସଂଗତ l

ମଣିଷ ଜୀବନ
ପାଣି ଫୋଟକା ସମ
ଏଇ ଅଛି ଏଇ ନାହିଁ
ସବୁ ଜାଣି ବୁଝି
ମିଛ ଆସକ୍ତିରେ
ଗୋଟାପଣେ ଯାଏ ରହି l

କିଏ ଭାଇ କିଏ
ସଖା ସହୋଦର
ପିତା ମାତା ଗୁରୁଜନ
ମଶାଣି ଭୂଇଁରୁ
ଫେରିଆସି ଶୁଦ୍ଧ
ପବିତ୍ର କରିବେ ତନ   l

ବାର ରାତ୍ର ପରେ
ଲିଭିଯିବ ସ୍ମୃତି
ଯେ ଯାହାର କର୍ମେ ବ୍ୟସ୍ତ
ଜୀବନ ହସିବ
ମରଣ କାନ୍ଦିବ
ଆୟୁ କାନ୍ଧେ ସବୁ ନ୍ୟସ୍ତ l

ଜୀବନକୁ ଯିଏ
ବୁଝିଛି ନିକଟୁ
ମରଣ ତାପାଇଁ ତୁଚ୍ଛ
ଜୀବନ ମରଣ
ଟଣାଟାଣି ହେଲେ
ନିଜ ମନ ରଖ ସ୍ୱଚ୍ଛ   l

✍️ସ୍ମୃତିସରିତା

new life
You might also like
error: Content is protected !!