News
WhatsApp Image 2023-10-04 at 17.25.00
samparksetu

ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀ ମୃତ

ସାରା ରାଜ୍ୟରେ ସଡ଼କ ସୁରକ୍ଷା ଦିବସ ପାଳନ ହେଉଥିବା ବେଳେ ସଡ଼କ ଦୁର୍ଘଟଣା କମୁନାହିଁ ।

ଖବରରୁ ପ୍ରକାଶ ଯେ , ଆଜି ସନ୍ଧ୍ୟା ୭ଟା ସମୟରେ ହିନ୍ଦୋଳ ଥାନା ବାଗଧରିଆ ଗ୍ରାମ ଠାରେ ଏକ ମର୍ମନ୍ତୁତ ବାଇକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ଦୁର୍ଘଟଣା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ହିନ୍ଦୋଳ ଡାକ୍ତରଖାନା ପଠାଇ ଦିଆ ଯାଇଥିବା ବେଳେ ସମ୍ପୃକ୍ତ ବ୍ୟକ୍ତିଙ୍କ ଫୋନରୁ ସାତମାଇଲ ଫାଣ୍ଡି ଅଧିକାରୀ ଯୋଗାଯୋଗ କରିବାରୁ ସେ ଅନୁଗୋଳ ଜିଲ୍ଲାର ବଲାସିଙ୍ଗା ଅଞ୍ଚଳର ଗୋବିନ୍ଦ ସାହୁଙ୍କ ପୁଅ ଶ୍ରୀମୁଖ ସାହୁ ଓ ସେ ତାଙ୍କ ପଲସର ବାଇକରେ ହିନ୍ଦୋଳ ଉପଖଣ୍ଡ ରସୋଳ ଅଂଚଳରୁ ନିଜ ଘର ଅନୁଗୋଳ ଫେରୁଥିବା ବେଳେ ଦୁର୍ଘଟଣାରେ ଶିକାର ହୋଇଥିବା ଜଣାପଡିଛି ।

ପରିବାର ଲୋକ ପହଂଚିଲା ପରେ ସେମାନଙ୍କ ଅଭିଯୋଗ କ୍ରମେ ଆସନ୍ତା କାଲି ଶବ ବ୍ୟବଚ୍ଛେଦ ହେବ ବୋଲି ଡାକ୍ତରଖାନା କର୍ତୃପକ୍ଷ ଓ ପୋଲିସ ପକ୍ଷରୁ ସୂଚନା ମିଳିଥିବା ବେଳେ ବର୍ତମାନ ସୁଦ୍ଧା କୌଣସି ମାମଲା ରୁଜ୍ଜୁ ହୋଇନଥିବା ଓ ପରିବାର ବର୍ଗ ପହଂଚି ନଥିବା ଜଣା ପଡିଛି ।

new life
You might also like
error: Content is protected !!