News
WhatsApp Image 2023-10-04 at 17.25.00
samparksetu

ଶିକ୍ଷକ ବଦଳି କୁ ନେଇ ବାହାଲୁଣ୍ଡା ପ୍ରାଥମିକ ବିଦ୍ୟାଳୟ ରେ ମହିଳା ମାନେ ପକାଇଲେ ତାଲା

ହିନ୍ଦୋଳ ଉପଖଣ୍ଡ ବାହାଲୁଣ୍ଡା ଗ୍ରାମର ପ୍ରାଥମିକ ବିଦ୍ୟାଳୟ ସମସ୍ୟା କୁ ନେଇ ଆଜି ସେହି ଗ୍ରାମର ମହିଳା ମାନେ ବିଦ୍ୟାଳୟ ରେ ତାଲା ପକାଇ ବିଦ୍ୟାଳୟ ସଂମ୍ମୁଖରେ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଥିଲା ।

ଘଟଣାରୁ ପ୍ରକାଶ ଯେ , ବାହାଲୁଣ୍ଡ ପ୍ରାଥମିକ ବିଦ୍ୟାଳୟ ରେ ୬୦ ଜଣ ଛାତ୍ର ଛାତ୍ରୀ ଅଧୟନ କରୁଥିବା ବେଳେ ପ୍ରଥମ ରୁ ପଞ୍ଚମ ଯାଏ ଶ୍ରେଣୀ ରହିଛି, ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷାଦାନ କରିବା ପାଇଁ ବିଦ୍ୟାଳୟ ରେ ୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି ସେଥି ମଧ୍ୟରୁ ଜଣକୁ ଅନ୍ୟତ୍ର ବଦଳି ହେଉଥିବା ଜାଣି ଗୁରୁବାର ଗ୍ରାମର ପଚାଶ ରୁ ଉର୍ଦ୍ଧ ମହିଳା ବିଦ୍ୟାଳୟ ରେ ତାଲା ପକାଇ ବିଦ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରୁଥିବା ବେଳେ ଶିକ୍ଷାବିଭାଗ ର ଅଧିକାରୀ ମାନେ ଆସି ସେମାନଙ୍କୁ ବୁଝା ସୁଝା କରିଥିଲେ ।

ଆନ୍ଦୋଳନ ରତ ମହିଳା ମାନେ ବିଦ୍ୟାଳୟ ରୁ ଶିକ୍ଷକ ନେଇପାରିବେ ନାହିଁ ଜିଦ କରିଥିଲେ ଶେଷରେ ଶିକ୍ଷା ବିଭାଗ ଅଧିକାରୀ ମାନେ ଶିକ୍ଷକ ବଦଳି କୁ ବାତିଲ କରିବା ପରେ ଆନ୍ଦୋଳନ ରୁ ମହିଳା ମାନେ ଉଠିଥିଲେ । ଏ ସମ୍ପର୍କ ରେ ହିନ୍ଦୋଳ ଶିକ୍ଷା ଅଧିକାରୀ ବ୍ରହ୍ମତ୍ରୀ ବିଶ୍ୱାଳ ଙ୍କୁ ଯୋଗାଯୋଗ କରିବାରେ ସେ କୁହନ୍ତି ବାହାଲୁଣ୍ଡା ପ୍ରାଥମିକ ବିଦ୍ୟାଳୟ ରେ ୬୦ ଜଣ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି, ନିୟମ ଅନୁଯାଇ ସେହି ବିଦ୍ୟାଳୟ ରେ ୨ ଜଣ ଶିକ୍ଷକ ରହିବା କଥା କିନ୍ତୁ ସେହି ବିଦ୍ୟାଳୟ ରେ ତିନିଜଣ ଶିକ୍ଷକ ଥିବାରୁ ଆମେ ଜଣେ ଶିକ୍ଷକ ଙ୍କୁ ଅନ୍ୟ ବିଦ୍ୟାଳୟ କୁ ସ୍ଥାନାନ୍ତର କରୁଥିଲୁ ସେହି ପଞ୍ଚାୟତ ଅନ୍ତର୍ଗତ ନୂଆବଗ ପ୍ରାଥମିକ ବିଦ୍ୟାଳୟ ରେ ୫ ଟି ଶ୍ରେଣୀ ଥିବା ବେଳେ ସେଇଠି ୩୫ ଜଣ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି ସେହି ବିଦ୍ୟାଳୟ ରେ ୨ ଜଣ ଶିକ୍ଷକ ରହିବା କଥା ସେଠାରେ ଜଣେ ଶିକ୍ଷକ ଥିବାରୁ ଆମେ ଉପରିସ୍ଥ ଅଧିକାରୀ ଙ୍କ ନିର୍ଦେଶ କ୍ରମେ ନିକଟସ୍ଥ ବାହାଲୁଣ୍ଡ ବିଦ୍ୟାଳୟ ରୁ ଜଣେ ଶିକ୍ଷକ ଙ୍କୁ ସେଠାକୁ ସ୍ଥାନାନ୍ତର କରୁଥିଲେ ବାହାଲୁଣ୍ଡା ଗ୍ରାମର ଜନସାଧାରଣ ଆନ୍ଦୋଳନ କରି ଜିଦ କରିବାରୁ ସେହି ବିଦ୍ୟାଳୟ ରୁ ଶିକ୍ଷକ ବଦଳି କରାଗଲା ନାହିଁ ।

new life
You might also like
error: Content is protected !!