News
WhatsApp Image 2023-10-04 at 17.25.00
samparksetu

ବାଇଁଶିଆ ପଞ୍ଚାୟତ ରେ ଆୟୋଜିତ ହେଲା ଉଦ୍ୟାନ କୃଷି କର୍ମଶାଳା

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବାଇଁଶିଆ ପଞ୍ଚାୟତ ସଭାଗୃହ ପରିସରରେ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀମତୀ ଗୀତାଞ୍ଜଳି ପାଢ଼ୀ, ଭୁବନ ବ୍ଲକ ସହକାରୀ ଉଦ୍ୟାନ କୃଷି ଅଧିକାରୀ ମନୋରମା ମୁକୁଟ ଗଁଦିଆ ବ୍ଲକ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଦିଲ୍ଲୀପ କୁମାର ଦାସ ଉପସ୍ଥିତ ଥିଲେ । ଆୟୋଜିତ କାର୍ଯ୍ୟକ୍ରମର ସଭାପତି ତଥା ମୁଖ୍ୟ ଅତିଥି ବାଇଁଶିଆ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଅର୍ନପୂର୍ଣ୍ଣା ବେହେରା ଏବଂ ସାମ୍ନାନୀତ ଅତିଥି ବରିଷ୍ଠ କୃଷକ ନେତା ଶ୍ରୀଯୁକ୍ତ ନିରଞ୍ଜନ ପତି , ପୃର୍ବତନ ସରପଞ୍ଚ ଶ୍ରୀଯୁକ୍ତ ସୁବୋଧ କୁମାର ପଣ୍ଡା ଯୋଗ ଦେଇଥିଲେ ।

ରାଜ୍ୟରେ ଚାଷ ହେଉଛି ଅର୍ଥନୀତିର ଏକ ମେରୁଦଣ୍ଡ ଅଟେ l ସମସ୍ତ ଚାଷୀଙ୍କୁ କୃଷକ ଓଡିଶା ରେଜିଷ୍ଟ୍ରେସନ କରିବା ସହ ଧାନ ଫସଲ ପରି କିପରି ଉଦ୍ୟାନ କୃଷି ଯଥା କାଜୁ, ଆମ୍ବ,କଦଳୀ, ଡ୍ରାଗନ ଫ୍ରୁଟ , ଡାଳିମ୍ବ, ଅମ୍ବୃତ ଭଣ୍ଡା, ଗେଣ୍ଡୁ, ଗୋଲାପ, ରାଜନୀଗନ୍ଧା, ଚାଷ, ଆଳୁ ଓ ଶଙ୍କର କିସମ ପନିପରିବା, ଛତୁ ଚାଷ ଭଳି ବିଭିନ୍ନ ଉଦ୍ୟାନ କୃଷି ଭିତ୍ତିକ ଚାଷ କରି ଚାଷୀ ମାନେ ରୋଜଗାର କ୍ଷମ ହେବେ ଓ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ରାଜ୍ୟ ଯୋଜନା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନା ମାଧ୍ୟ୍ୟମରେ ବିଭିନ୍ନ ପ୍ରକାର ପ୍ରୋଜେକ୍ଟ ବିଷୟରେ ଆଲୋଚନା କରିବା ସହ ଏହାର ପ୍ରଣାଳୀ ଓ ଆମଦାନୀ ସହ ବିକ୍ରି କରି କେତେ ଲାଭ ପାଇପାରିବେ ଓ ଏହାର ଯତ୍ନ କିପରି ନେବା ସହ ଉଦ୍ୟାନ କୃଷି ର ବିକାଶ, କୃଷକ ମାନଙ୍କୁ ଉତ୍ତମ ଜ୍ଞାନକୌଶଳ ଶିକ୍ଷା, ବିଭିନ୍ନ ସରକାରୀ ଯୋଜନା ବିଷୟରେ ସେ ନେଇ ଉପସ୍ଥିତ ଚାଷୀ ଓ କୃଷି ମିତ୍ର ମାନଙ୍କୁ ଅତିଥି ମାନେ ପ୍ରଶିକ୍ଷଣ ଦେଇଥିଲେ ।ଏଥିରେ ଚାଷୀ ରାଜେନ୍ଦ୍ର ପତି ,ବିମଳ କୁମାର ପଣ୍ଡା, ପ୍ରିୟ ରଞ୍ଜନ କର , ଅଖିଳ ମହାଭୋଇ, ନୀଳମାଧବ ବେହେରା ସମେତ ଶହେ ରୁ ଉର୍ଦ୍ଧ ବହୁ ଚାଷୀଙ୍କ ସମେତ କୃଷି ମିତ୍ର ମାନେ ଉପସ୍ଥିତ ଥିଲେ ।

new life
You might also like
error: Content is protected !!