News
WhatsApp Image 2023-10-04 at 17.25.00
samparksetu

ପୋଖରୀରେ ବୁଡି ବାପା ଝିଅ ମୃତ

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ବାଇଁଶିଆ ପଞ୍ଚାୟତ ଖଙ୍କର ଗାଁର ବାପା ମହେଶ୍ୱର ନାୟକ ଓ ଆଠ ବର୍ଷୀୟ ଝିଅ ମନ୍ଦାକିନୀ ନାୟକ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଛନ୍ତି । ଝିଅ ମନ୍ଦାକିନୀ ଖଙ୍କର ଗାଁ ପୋଖରୀକୁ ଗାଧେଇବାକୁ ଯାଇଥିଲେ, ଅସାବଧାନତା ବଶତଃ ଝିଅର ଗୋଡ ଖସି ଯିବାରୁ ପୋଖରୀରେ ବୁଡି ଯାଇଥିଲା।

ଝିଅକୁ ବଞ୍ଚାଇବାକୁ ଯାଇ ବାପା ମହେଶ୍ବର ବି ପୋଖରୀରେ ବୁଡି ଯାଇଥିଲେ । ଗଁଦିଆ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟ ଉଭୟ ଙ୍କୁ ଉଦ୍ଧାର କରିଛି। ଶ୍ରୀରାଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଉଭୟ ବାପା ଓ ଝିଅଙ୍କୁ ଭର୍ତ୍ତି କରା ଯାଇଥିଲା ଏବଂ ସେଠାରୁ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଲୟ କୁ ପଠା ଯାଇଥିଲା,ସେଠାରେ ଡାକ୍ତର ବାପା ଝିଅକୁ ମୃତ ଘୋଷଣା କରିଛନ୍ତି ।

new life
You might also like
error: Content is protected !!