News
WhatsApp Image 2023-10-04 at 17.25.00
samparksetu

ସରକାରୀ ଆଲୁଅ ଅପେକ୍ଷାରେ ବାଲିଯୋରନ୍ଦା ଗ୍ରାମବାସୀ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ରାଇତଳା ପଞ୍ଚାୟତର ବାଲିଯୋରନ୍ଦା ଗ୍ରାମବାସୀମାନେ ଅନ୍ଧାର ରାସ୍ତାରେ ଯାତାୟାତ କରୁଛନ୍ତି l ପ୍ରକାଶ ଥାଉକି ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଗ୍ରାମରେ ଆଲୋକୀକରଣ କରିବାପାଇଁ ପଞ୍ଚାୟତ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l

କିନ୍ତୁ ବିଡମ୍ବନାର ବିଷୟଯେ ବାଲିଯୋରନ୍ଦା ଗ୍ରାମ ସହିତ ଆଉ ତିନୋଟି ପଡ଼ିଶା ଗ୍ରାମ ରାଇପୁରା, ବ୍ରହ୍ମପୁରା ଓ ବଜୁରିଆର ମହିଳାମାନେ ଏକତ୍ର ହୋଇ ଚଳପ୍ରଚଳ ସହିତ ସନ୍ଧ୍ୟା ଆଳତୀ ଏବଂ ଭଜନ କୀର୍ତ୍ତନ କରନ୍ତି l ସନ୍ଧ୍ୟା ହେଲେ କେବଳ ହାତୀ ନୁହେଁ ବିଭିନ୍ନ ସରୀସୃପ ଠାରୁ ଆରମ୍ଭ କରି ବିଲୁଆ ଶୃଗାଳ ଓ ବାରହା ମାନଙ୍କର ଭୟ ରହିଛି l

ଗ୍ରାମବାସୀମାନେ ନିଜ ନିଜ ହାତରୁ ଖର୍ଚ୍ଚ କରି ରାସ୍ତାରେ ଆଲୋକୀକରଣ କରିଥାନ୍ତି ,କିନ୍ତୁ ତାହା ଏବେ ଜଳୁନାହିଁ l ସ୍ଥାନୀୟ ସରପଞ୍ଚଙ୍କୁ ଅନେକ ଗୁହାରି କରିଥିଲେ ମଧ୍ୟ ଗ୍ରାମ୍ୟ ରାସ୍ତାରେ ଆଲୋକୀକରଣ ହୋଇନାହିଁ l ଏହି ରାସ୍ତା ଗୁଡିକରେ ତୁରନ୍ତ ଆଲୋକ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ କୁ ଅନୁରୋଧ କରିଛନ୍ତି l

new life
You might also like
error: Content is protected !!