News
WhatsApp Image 2023-10-04 at 17.25.00
samparksetu

ତୁଟୁନି ଲକ୍ଷ୍ମୀପୂଜା ବିବାଦ ; ସଭାପତି ଘର ଉପରକୁ ବୋମା ମାଡ଼ !

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ବନମାଳୀ ପ୍ରସାଦ ଏବଂ କଂଟାନାଳୀ ବାଇପାସ ପୂଜା କିମିଟି ମଧ୍ୟରେ ବିବାଦ ତୁଟିବାକୁ ନାଁ ନେଉନି । ଶନିବାର ରାତିରେ ପୂଜା କମିଟି ସଭାପତିଙ୍କ ଘର ଉପରକୁ ବୋମା ମାଡ଼ କରି ଦୁର୍ବୃତ୍ତ ମାନେ ଫେରାର ହୋଇ ଯାଇଥିବାର ଅଭିଯୋଗ ହୋଇଛି ।

ଭସାଣି ଦିନ କଂଟାନାଳୀ ଏବଂ ବନମାଳୀ ପ୍ରସାଦ ମଧ୍ୟରେ ସଂଘର୍ଷ ଘଟିଥିଲା ।ଏପରିକି ଡିଜେକୁ ବାଡେଇ ଭାଙ୍ଗିଦେଇ ନଷ୍ଟ କରି ଦେଇଥିବାର ଜଣାପଡିଛି । ଏହାକୁ ନେଇ ଦୁଇ ପୂଜା କମିଟି ମଧ୍ୟରେ ବିବାଦ ହ୍ରାସ ପାଇବାରେ ନାଁ ଧରୁନି । ଶନିବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ବନମାଳୀ ପ୍ରସାଦ ପୂଜା କମିଟି ସଭାପତି ହିମାଂଶୁ ରାଉତ ଙ୍କ ଘର ଉପରକୁ ପେଟ୍ରୋଲ ବୋମା ମାଡ଼ କରିଥିଲେ । ଏହି ବୋମା ମାଡ଼ରେ କାହାର କିଛି କ୍ଷତି ହୋଇନଥିବା ବେଳେ ପରିବାର ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

new life
You might also like
error: Content is protected !!