News
WhatsApp Image 2023-10-04 at 17.25.00
samparksetu

ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ଆହତ

ଗଁଦିଆ ଥାନ ଅନ୍ତର୍ଗତ ବରଦା ଗ୍ରାମ ପଂଚାୟତ ଅଧୀନ କୁଶିଦା ଗ୍ରାମରେ ଗତକାଲି କିଛି ଦୁର୍ବୃତ୍ତଙ୍କ ଆକ୍ରମଣ ରେ ଜଣେ ଆହତ ହୋଇଥିବାର ଜଣାପଡ଼ିଛି ।

ସୂଚନା ଅନୁଯାୟୀ , ଗତକାଲି ମଧ୍ୟ ରାତ୍ରିରେ କିଛି ଦୁର୍ବୃତ୍ତ ଉକ୍ତ କୁସିଦା ଗ୍ରାମର ବାସିନ୍ଦା ସତ୍ୟନ୍ଦ୍ର କୁମାର ସାହୁ ଙ୍କର ଘରେ ଚୋରୀ କରିବା ଉଦ୍ଦେଶ୍ୟରେ ପଶିଥିଲେ ଓ ସେମାନ ତାଙ୍କ ପତ୍ନୀ ସରୋଜିନୀ ସାହୁ ଦେହରେ ପିନ୍ଧି ଥିବା ସୁନା ଗହଣା ମୋବାଇଲ ଓ ଏଟିମ କାର୍ଡ ଛଡାଇ ନେଉଥିବା ସମୟରେ ସତ୍ୟନ୍ଦ୍ର ସେମାନଙ୍କୁ ବାଧା ଦେବାରୁ ସେମାନେ ଏକ ଧାରୁଆ ଅସ୍ତ୍ରରେ ତାଙ୍କର ମୁଣ୍ଡକୁ ଆଘାତ କରିଥିଲେ ଓ ସମସ୍ତ ଚୋରି ଜିନିଷ ନେଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ ।

ଗୁରୁତର ଆଘା ତପ୍ରାପ୍ତ ସତ୍ୟନ୍ଦ୍ର ଙ୍କୁ ପ୍ରଥମେ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣା ସମ୍ପର୍କରେ ତାଙ୍କର ସମ୍ପର୍କୀୟ ଭାଇ ଅନନ୍ତ ଚରଣ ସାହୁ ଆଜି ଗଁଦିଆ ଥାନାରେ ଲିଖିତ ଅଭିଯୋଗ କ୍ରମେ ଗଁଦିଆ ପୋଲିସ ଏକ ମାମଲା ରୁଜୁ କରିଛି । ଏ ସମ୍ପର୍କରେ ଗଁଦିଆ ଥାନ ଅଧିକାରୀ ଦୀପକ କୁମାର ଲେଙ୍କା କୁହନ୍ତି ଦୁର୍ବୃତ୍ତ ମାନଙ୍କୁ ଧରିବା ପାଇଁ ପ୍ରଚେଷ୍ଟା ପୋଲିସ ପକ୍ଷରୁ ଜାରିରହିଛି ।

new life
You might also like
error: Content is protected !!