ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ସମ୍ଭାବ୍ୟ ବର୍ଷାର ମୁକାବିଲା ନିମନ୍ତେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡ଼ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।
କଟା ଯାଇଥିବା ଧାନକୁ ଯଥାଶୀଘ୍ର ସୁରକ୍ଷିତ ସ୍ଥାନରେ ରଖିବାକୁ ବିହିତ ବ୍ୟବସ୍ଥା କରିବା ନିମନ୍ତେ ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ଚାଷୀମାନେ କରିଥିବା ପନି ପରିବା ଉତ୍ପାଦନକୁ ମଧ୍ୟ ସଂଗ୍ରହକରିବାକୁ କହିଛନ୍ତି ।
ବର୍ଷା ପବନ ହେତୁ ଗଛ ଭାଙ୍ଗି ରାସ୍ତା ଅବରୋଧ ହେଲେ ଯଥାଶୀଘ୍ର ଗଛ କାଟି ରାସ୍ତା ସଫାକରିବାକୁ ଅଗ୍ନିଶମ ବିଭାଗକୁ ନିର୍ଦ୍ଦେଶ ହୋଇଛି ।ଆବଶ୍ୟକ ସ୍ଥଳେ ଚିକିତ୍ସା ସେବା ଯୋଗାଇ ଦେବା ନିମନ୍ତେ ଡାକ୍ତରୀ ଦଳ ପ୍ରସ୍ତୁତ ରହୁବକୁ ସିଡିଏମଓ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ଏବଂ ତାଙ୍କୁ ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା ପାଇଁ ସ୍ଥାନୀୟ ପ୍ରଶାସନ ଅଧିକାରୀ ଙ୍କୁ କୁହାଯାଇଛି ।