News
WhatsApp Image 2023-10-04 at 17.25.00
samparksetu

ବାରୁଆଁ ଗଣଦୁଷ୍କର୍ମ ଘଟଣା ରେ ଚତୁର୍ଥ ଆସାମୀ ଗିରଫ

ବାରୁଆଁ ଗଣଦୁଷ୍କର୍ମ ଘଟଣାରେ ଚତୁର୍ଥ ଆସାମୀଙ୍କୁ ଧରିଲେ ପୋଲିସ । ଘଟଣା ରୁ ପ୍ରକାଶ ଯେ ,ଅକ୍ଟୋବର ୨୦ତାରିଖ ସାରା ରାଜ୍ୟରେ ହୋଇଥିଲା ବସ ଧର୍ମଘଟ ଓ ଦଶହରା ନିମନ୍ତେ କଲେଜ ଛୁଟି ହୋଇଥାଏ । ଘରକୁ ଯିବା ପାଇଁ ସୁକିନ୍ଦା ଖଣି ଅଞ୍ଚଳର ଜଣେ କଲେଜ ଛାତ୍ରୀ ନିଜ ପୁରୁଷ ବନ୍ଧୁଙ୍କୁ ଡକାଇ ତାଙ୍କ ସାଥିରେ ଘରକୁ ଫେରୁଥିଲେ । ସାନ୍ଧ୍ୟ ୭.୩୦ ରେ ଛାତ୍ରୀ ଜୀବନରେ ଆଣିଦେଇଥିଲା ଭିନ୍ନ ମୋଡ଼ ।

ଦଶହରା ଛୁଟି ଘରକୁ ଯାଇ ମଜା କରିଥାନ୍ତେ , କିନ୍ତୁ ଘରକୁ ଫେରିବା ବେଳକୁ ବାଟରେ ରାକ୍ଷସ କବଳରେ ପଡିଯାଇଥିଲେ ଛାତ୍ରୀ ଜଣଙ୍କ । ଭୁବନର ଏକ ସୁନାମଧନ୍ୟ କଲେଜରେ ବିଜ୍ଞାନ ବିଭାଗର ଛାତ୍ରୀ ଭାବରେ ସେ ପାଠ ପଢୁଥିଲେ । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କାଳିଆପାଣି ଥାନା ଅନ୍ତର୍ଗତ ଏକ ଗ୍ରାମର ପୁରୁଷ ବନ୍ଧୁ ଢେଙ୍କାନାଳ ଜିଲ୍ଲାର ଏକ ଉପାନ୍ତ ଗ୍ରାମର ଛାତ୍ରୀଙ୍କୁ ନେଇ ଘର କୁ ଯାଉଥିଲେ । ଗତବର୍ଷ ଅକ୍ଟୋବର ୨୦ ଶୁକ୍ରବାର ସନ୍ଧ୍ୟାରେ ନିଜ ସ୍ୱାମୀଙ୍କ ସହ ଘରକୁ ଫେରୁଥିଲେ , ବାରୁଆଁ ଗ୍ରାମ ନିକଟରେ ୨ଜଣ ବ୍ୟକ୍ତି ବାଇକରେ ଆସି ଅଟକାଇ ଥିଲେ । ବାଇକ ଚାବି ଓ ମୋବାଇଲ ନେଇ ଯିବା ପରେ ଅନ୍ୟ ୨ ଜଣ ପହଂଚି ଥିଲେ ।

୪ଜଣ ଯାକ ନିକଟସ୍ଥ କାଜୁ ଜଙ୍ଗଲକୁ ନେଇ ଜଣ ଜଣ କରି ଦୁଷ୍କର୍ମ କରିଥିଲେ ଓ ଭିଡିଓ ମଧ୍ୟ କରିଥିଲେ । ଭିଡିଓ ଡିଲିଟ ନିମନ୍ତେ ଟଙ୍କା ମାଗିଥିଲେ । ପରେ କୌଶଳ କ୍ରମେ ଛାତ୍ରୀ ଏବଂ ତାଙ୍କ ବନ୍ଧୁ ଘର କୁ ପଳାଇ ଯାଇଥିଲେ । ତା ପରଦିନ ଥାନାରେ ଅଭିଯୋଗ କରିଥିଲେ । ପରେ ଗଡ଼ନୃଶିଂହପ୍ରସାଦ ଗ୍ରାମର ବିକ୍ରମ ଜେନାଙ୍କୁ ଭୁବନ ପୋଲିସ ଗିରଫ କରିଥିଲେ । ଏହି ଘଟଣାକୁ ପୋଲିସ ପକ୍ଷରୁ ନଭେମ୍ବର ୨୦ତାରିଖରେ କଟକ କ୍ରାଇମ୍ ବ୍ରାଞ୍ଚକୁ ଦିଆଯାଇଥିଲା । ୨ଦିନ ଧରି କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ବିଭନ୍ନ ସ୍ଥାନରେ ଚଢାଉ କରାଯାଇଥିଲା ।

କଟକ କ୍ରାଇମ୍ ବ୍ରାଞ୍ଚ ଏସ ପି ବିକାଶ ରଜନ ବେହୁରାଙ୍କ ନିର୍ଦ୍ଦେଶ କ୍ରମେ କ୍ରାଇମ୍ ଏଗନେଷ୍ଟ ୱିମେନ ର ଡି ଏସ ପି ଅସ୍ମିତା ପରମିତା, ଭୁବନ ଥାନାଧିକାରୀ ନରେଶ ଚନ୍ଦ୍ର ସାହୁ, ଇନ୍ସପେକ୍ଟର ଦେବୀ ପ୍ରସାଦ ଦାସ ମୁଖ୍ୟ ଆସାମୀ ଗଡ଼ନୃଶିଂହପ୍ରସାଦ ଗ୍ରାମ ର ପ୍ରଦୀପ ସାହୁ(ପଦିଆ) (୪୫) ଙ୍କୁ ଅନୁଗୁଳ ଜିଲ୍ଲାର ଏକ ମଠରୁ ଧରାଯାଇ କାମାକ୍ଷାନଗର ଜେଲ କୁ ପଠାଯାଇଥିବା ବେଳେ ଅନ୍ୟ ଜଣେ ନାବାଳକ ଆସାମୀଙ୍କୁ ପାଣିକୋଇଲି ଅଞ୍ଚଳରୁ ଧରାଯାଇ ଡିସେମ୍ବର ୧୩ତାରିଖରେ ଅନୁଗୁଳ ଜୁଭେ ନାଇଲି ଜେଲ ପଠାଯାଇଥିଲା । ଚତୁର୍ଥ ଆସାମୀ ଗଡ଼ନୃଶିଂହପ୍ରସାଦ ଗ୍ରାମ ଅନନ୍ତ ସେଠୀଙ୍କ ପୁଅ ପ୍ରକାଶ ସେଠୀ (୩୩)ଙ୍କୁ ଆନ୍ଧ୍ର ପ୍ରଦେଶର ବିଜୟନଗରମ୍ ଅଞ୍ଚଳରୁ ଶୁକ୍ରବାର ଗିରଫ କରି ଭୁବନ ଅଣାଯାଇଛି ।

new life
You might also like
error: Content is protected !!