News
WhatsApp Image 2023-10-04 at 17.25.00
samparksetu

ପୋଡ଼ି ପାଉଁଶ ହେଇଗଲା ୨ବଖରା ଘର

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବସୁଲେଇ ପଞ୍ଚାୟତ ବସୁଲେଇ ଗ୍ରାମର ବାବୁଲି ଭୂତିଆଙ୍କର ୨ ବଖରା ଘର ସଂପୂର୍ଣ୍ଣ ପୋଡି ପାଉଁଶରେ ପରିଣତ ହୋଇଥିବା ଜଣାପଡିଛି ।

ସୋମବାର ରାତି ପ୍ରାୟ ୧୧ ଟା ପାଖାପାଖି ସମୟରେ ହଠାତ୍ ନିଆଁ ଲାଗିଥିଲା । ଶୀତର ପ୍ରକୋପ ଯୋଗୁଁ ବିଶେଷ କରି ଗ୍ରାମାଞ୍ଚଳର ଲୋକେ ଖାଇ ଶୀଘ୍ର ଶୋଇ ପଡିଥାନ୍ତି ,ଯାହାକି ପରିବାର ଲୋକମାନେ ଶୋଇଥିବା ଅବସ୍ଥାରେ ନିଆଁ ଲାଗି ସମୟରେ ପାଖ ପଡୋଶୀ ଦେଖି ସଙ୍ଗେ ସଙ୍ଗେ ହୋହାଲ୍ଲା କରିଥିଲେ ।

ପାଟି ଶୁଣି ପରିବାର ଲୋକମାନେ ବାହାରକୁ ବାହାରି ଆସିଥିଲେ ।ଏବଂ ସଙ୍ଗେ ସଙ୍ଗେ ପରଜଙ୍ଗ ଦମକଳ କେନ୍ଦ୍ରକୁ ଜାଣିଥିଲେ ।ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରି ଦେଇଥିଲେ , ଯାହାକି ପାଖ ପଡୋଶୀ ଘର ଗୁଡ଼ିକ ଏଥିରୁ ବର୍ତ୍ତି ଯାଇଥିଲା।

ଘର ପୋଡିରେ ବାବୁଲିଙ୍କର ସମସ୍ତ ଆସବାବ ପତ୍ର ସହ ଅନ୍ୟ ସମସ୍ତ ଜିନିଷ ନିମିଷକ ମଧ୍ୟରେ ପୋଡି ଯାଇ ପାଉଁଶରେ ପରିଣତ ହୋଇଥିବା ଜଣାପଡିଛି ।ଯାହାକି ୨ ଲକ୍ଷ୍ୟ ଟଙ୍କାର କ୍ଷତି ହୋଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି । ତୁରନ୍ତ ଏହି ଶୀତ ଦାଉରୁ ରକ୍ଷା ପାଇବା ପାଇଁ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।

new life
You might also like
error: Content is protected !!