News
WhatsApp Image 2023-10-04 at 17.25.00
samparksetu

ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା !

ଘର ଛାଡିବା କହିବାରୁ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା ।ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବାଉଁଶପାଳ ଗାଁ ଶଅର ସାହିରେ ଘଟିଛି ଏହି ଘଟଣା । ଘର ଛାଡିବା କହିବାରୁ ଯୁବକଙ୍କୁ ପିଟି ପିଟି ହତ୍ୟା କଲା ମଦ୍ୟପ ଯୁବକ ।

ମୃତକ ହେଲେ ବାଉଁଶପାଳ ଶଅରସାହିର ରୋହିତ ପ୍ରଧାନ । ରୋହିତ ଆଜକୁ ବର୍ଷେ ତଳେ ଅଭିଯୁକ୍ତ ନିର ଭୂତିଆ ଓ ତାଙ୍କ ସ୍ତ୍ରୀ ପପିନା ଭୁତିଆକୁ ନିଜ ଘରେ ୪ ମାସ ପାଇଁ ଆଶ୍ରୟ ଦେଇଥିଲେ । ମାତ୍ର ଏକ ବର୍ଷ ବିତି ଯାଇଥିଲେ ସୁଦ୍ଧା ନିର ଘର ଛାଡ଼ି ନଥିଲେ । ଯାହାକୁ ନେଇ ରୋହିତ ତାଙ୍କୁ ଘର ଛାଡିବା କହିବାରୁ ରୋହିତଙ୍କୁ ନିର ଏକ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲା । ଏପରିକି ଅଭିଯୁକ୍ତ ନିର ବିରୋଧରେ ସ୍ତ୍ରୀ ପପିନା ସଙ୍ଗିନ ଅଭିଯୋଗ କରିଛନ୍ତି କି ,ତାଙ୍କୁ ପ୍ରେମ ବିବାହ କରି ଆସିବା ଦିନ ଠାରୁ ସ୍ୱାମୀ ନିର ନିର୍ଯ୍ୟାତନା ଦେଇ ଆସୁଥିଲେ । ପର ପୁରୁଷ ସହିତ ସମ୍ପର୍କ ଥିବା ନେଇ ପପିନାଙ୍କୁ ବାରମ୍ବାର ମାଡ଼ ମାରୁଥିଲେ ନିର । ତେଣୁ ସ୍ୱାମୀ ନିରକୁ କଠୋର ଦଣ୍ଡ ଦେବାକୁ ସ୍ତ୍ରୀ ପପିନା ଦାବି କରିଛନ୍ତି । ସେପଟେ ହତ୍ୟା ଘଟଣାକୁ ନେଇ ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।ଘରେ ଆଶ୍ରୟ ଦେଇଥିବା ଲୋକକୁ ହତ୍ୟା ନେଇ ପୋଲିସର ତନାଘନା ଜାରି ରହିଛି । ଏ ନେଇ ଅଭିଯୁକ୍ତ ନିର ଫେରାର ହୋଇ ଯାଇଥିବା ଜଣାପଡିଛି। ଯାହାକୁ ନେଇ ଅଧିକ ତଦନ୍ତ କରୁଛି କାମାକ୍ଷାନଗର ପୋଲିସ ।

new life
You might also like
error: Content is protected !!