News
WhatsApp Image 2023-10-04 at 17.25.00
samparksetu

ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଜୀବନ

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବେଲଟିକିରି ଗାଁ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀ ଙ୍କର ମୃତ୍ୟୁ ଘଟିଛି । ମୃତ ବାଇକ ଆରୋହୀ ଜଣକ ଉକ୍ତ ଗାଁର ଦୁଷାସନ ନାଏକଙ୍କ ପୁଅ ସମିର ନାୟକ ବୋଲି ଜଣାଯାଇଛି ।

ସମୀର ଟ୍ରାକ୍ଟର ଚଳାଇ ପରିବାର ପ୍ରତିପୋଷଣ କରୁଥିଲେ । ଆଜି ସକାଳେ କାମ ସାରି ଏକ ବାଇକରେ ଘରକୁ ଫେରୁଥିଲେ । ହେଲେ ଗାଁ ନିକଟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । ଏହି ଦୁର୍ଘଟଣାରେ ସେସ ଛିଟିକି ପଡିବା ସହ ତାଙ୍କ ଦେହର ବିଭିନ୍ନ ସ୍ଥାନରେ ଗଭିର ଆଘାତ ଲାଗିଥିଲା । ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିବା ସହ ତଦନ୍ତ କରୁଛି । 

new life
You might also like
error: Content is protected !!