ବିଦ୍ୟୁତ ବିଭାଗର ସମସ୍ୟା ଏବଂ ସରବରାହକୁ ନେଇ ପୌରାଞ୍ଚଳର ୱାର୍ଡ ନଂ୪ ଭାଗିରଥି ବିହାର “ବି” ବ୍ଲକ ବାସିନ୍ଦାମାନେ ସମାଜସେବୀ ପଙ୍କଜ ନାୟକଙ୍କ ନେତୃତ୍ୱରେ ଟାଟା ପାୱାର ମ୍ୟାନେଜରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ଏହି ଅଂଚଳରେ ଦିନକୁ ଦିନ ଜନ ବସତି ବଢୁଥିବା ବେଳେ ବିଦ୍ୟୁତ ବିଭାଗର ସିଂଗିଲ ଫେଜ ଲାଇନ କାମରେ ଆସୁନି ।ଦୀର୍ଘ ତିନି ବର୍ଷ ହେବ ଅଂଚଳ ବାସୀ ବିଭାଗୀୟ କର୍ତୃପକ୍ଷଙ୍କୁ ୩ ଫେଜ ଲାଇନ ପାଇଁ ଜଣାଇ ଆସୁଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରିନାହିଁ । ଫଳରେ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି ।
ଏହି ସିଙ୍ଗଲ ଫେଜ ଲାଇନ ଯୋଗୁଁ ଲୋକ ମାନଙ୍କର ଏଲଇଡି ବଲ ସବୁ ଧପ୍ ଧପ୍ ହୋଇ ପୋଡି ଯାଉଛି, ପିଲା ମାନଙ୍କର ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି, ଲୋକ ମାନଙ୍କର ପାଣି ପମ୍ପ ଚାଲୁନାହିଁ ଏବଂ ପାଖରେ ଥିବା ୫ ଶହ କେଭିଏ ଟ୍ରାନ୍ସଫର୍ମର ଥିଲେ ସୁଦ୍ଧା ସିଂଗିଲ ଫେଜ ରେ ଅନେକ ଗୁଡିଏ ଘରୋଇ ସଂଯୋଗ ହୋଇଥିବାରୁ ଉପଭୋକ୍ତା ମାନେ ଲୋ-ଭୋଲ୍ଟେଜ ର ଶିକାର ହେଉଛନ୍ତି ।
ଏହାକୁ ୩ ଫେଜ ବିଶିଷ୍ଟ କରାଗଲେ ଏହି ସମସ୍ୟାର ସମାଧାନ ହୋଇଯିବ । ଏହି କାର୍ଯ୍ୟ ଆସନ୍ତା ସାତ ଦିନ ମଧ୍ୟରେ କରାଯିବ ବୋଲି ଟାଟା ପାୱାର ମ୍ୟାନେଜର ଫୋନ ଯୋଗେ ପ୍ରତିଶୃତି ଦେଇଛନ୍ତି । ଯଦି ଏହାର ଆସୁ ସମାଧାନ ନହୁଏ, ତେବେ ଅଂଚଳ ବାସୀ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ।
ଏହି କାର୍ଯ୍ୟକ୍ରମରେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ବେଶୀ ଭିଡ଼ ନକରି ଲକ୍ଷ୍ମଣ ପରିଡା, ତୋଫାନ ରାଉଳ, ଗିରିଶ ମହାଳିକ, ମନୋଜ ସାହୁ, ଶାରଦା ମିଶ୍ର, ବସନ୍ତ ସେଠି ପ୍ରମୁଖ ଉପସ୍ଥିତ ଥିଲେ ।