News
WhatsApp Image 2023-10-04 at 17.25.00
samparksetu

ସଡ଼କ ଦୁର୍ଘଟଣାରେ ୨ ଗୁରୁତର ଆହତ

ଢେଙ୍କାନାଳ ଜିଲ୍ଲା ସଦର ଥାନା ଭାପୁର ଫାଣ୍ଡି ଅନ୍ତର୍ଗତ କୋତମ ଗ୍ରାମ ପଞ୍ଚାୟତ ଜରିପାଳ ଛକ ନିକଟରେ ବୁଧବାର ଅପରାହ୍ନ ୩ଘଟିକା ସମୟରେ ଭାରସାମ୍ୟ ହରାଇ ଏକ ବାଇକ ରାସ୍ତା କଡରେ ଲାଗିଥିବା ସାଇନ ବୋର୍ଡରେ ପଟିହୋଇ ୨ ବାଇକ ଆରୋହୀ ଗୁରୁତର ।

ଘଟଣାରୁ ଜଣାଯାଏ ଜରିପାଳ ଛକ ନିକଟରେ ହୋଣ୍ଡ ସାଇନ ମୋଟର ସାଇକେଲ ଯୋଗେ ଘଟିପିରି ଛକରୁ କୋତମ ଯାଉ ଥିବାବେଳେ ଟର୍ଣ୍ଣିଙ୍ଗ ରାସ୍ତାକୁ ଖାଲ ଥିବା କାରଣରୁ ବାଇକ ରାସ୍ତାତଳକୁ ଖସିଯାଇଥିଲା। ବାଇକରେ କୋତମ ଗ୍ରାମର ଲକ୍ଷ୍ମୀଧର ସାହୁ (୪୦) ଘଟିପିରି ଗ୍ରାମପଞ୍ଚାୟତର ଓସ୍ତପାଳ ଗ୍ରାମର ଶେଷଦେବ ପ୍ରଧାନ(୫୫)ପି ନନ୍ଦ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ।ଲକ୍ଷ୍ମୀଧର ଙ୍କ ଭାଙ୍ଗିବା ସହିତ ଛାତି,ମୁହଁ ଓ ଅଣ୍ଟାରେ ଆଘାତ ହୋଇଥିବାବେଳେ ଶେଷଙ୍କର ବାମ ହାତ ଭାଙ୍ଗି ଯାଇଥିଲା । ସ୍ଥାନୀୟ ଲୋକ ଉଭୟଙ୍କୁ ଉଧାର କରି ୧୦୮ ଯୋଗେ ନିକଟସ୍ଥ ଡାକ୍ତରଖାନାକୁ ପଠାଇ ଦେଇଥିଲେ।

new life
You might also like
error: Content is protected !!