News
WhatsApp Image 2023-10-04 at 17.25.00
samparksetu

ହାତୀ ଆକ୍ରମଣରେ ଜଣେ ଆହତ

ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅଧିନ କୋତମ ଗ୍ରାମ ପଞ୍ଚାୟତର କୋଟବେରେଣା ଗ୍ରାମର ନାକଫୁଡି ଦେହୁରୀ (୫୯) ଙ୍କୁ ହାତୀ ଆଜି ଦିନ ୧୨.୩୦ମିନିଟରେ କଚାଡି ଦେଇଥିଲା।

ସୂଚନା ଅନୁଯାୟୀ , ନାକଫୁଡି ଛେଳି ଚରାଇବାକୁ କୋଟବେରେଣା ଗ୍ରାମର କିଆପତିନି ରାସ୍ତାରେ ଯାଉଥିବା ସମୟରେ ଦନ୍ତାହାତୀର ଆକ୍ରମଣର ଶିକାର ହୋଇଥିଲା।ଆକ୍ରମଣରେ ଘଟଣାସ୍ଥଳରେ ନାକଫୁଡିର ଗୋଡ ଭାଙ୍ଗି ଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଦ୍ବାରା ତାଙ୍କ ଘରକୁ ଖବର ଯାଇଥିଲା । ଘର ଲୋକ ଆସି ନାକଫୁଡିକୁ ସ୍ଥାନୀୟ ଚିକିତ୍ସାଳୟ ପରେ ଢେଙ୍କାନାଳ ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନନ୍ତର କରାଇଥିଲେ।

new life
You might also like
error: Content is protected !!