News
WhatsApp Image 2023-10-04 at 17.25.00
samparksetu

ରାଜପଥ ରେ ଦୁର୍ଘଟଣା, ଦୁଇ ଗୁରୁତର

ଜାତୀୟ ରାଜପଥ ୫୩ ଭୁବନ ଥାନାଛକ ନିକଟରେ ରବିବାର ସଂନ୍ଧ୍ୟାରେ ଏକ ଦୁର୍ଘଟଣା ଘଟି ଦୁଇ ଗୁରୁତର ହୋଇଛନ୍ତି । ଗୁରୁତର ହେଲେ କାନଖାଇ ଗ୍ରାମର ସୌମେନ୍ଦ୍ର ସାହୁ ଓ ଭୁଷଳ ତଳ ସାହିର ସଂଜୟ ବାରିକ।

ସୂଚନା ଅନୁଯାୟୀ , ସୌମେନ୍ଦ୍ର କ୍ରିକେଟ ମ୍ୟାଚ ଶେଷ କରି ନିଜ ମଟରସାଇକେଲ ରେ ଘରକୁ ଆସୁଥିବା ସମୟରେ ଏକ ଢାବାରୁ ସଂଜୟ ବାରିକ(୪୫) ନିଜ ଲୁନା ରେ ବାହାରି ଆସିବାରୁ ଉଭୟଙ୍କ ମଧ୍ୟରେ ଦୁର୍ଘଟଣା ଘଟିଥିଲା। ତେବେ ଭୁବନ ଅଗ୍ନିଶମ ବାହିନୀ ଦ୍ବାରା ଉଭୟଙ୍କୁ ଭୁବନ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସଂଜୟଙ୍କ ଅବସ୍ଥା ଗୁରୁତର ଥିବା ଜଣା ଯାଇଛି।

ସଂଜୟଙ୍କର ମୁଣ୍ଡ ମାଡ ହୋଇଥିବା ବେଳେ କାନରୁ ରକ୍ତ ବୋହିବା ସହ ଡାହାଣ ଗୋଡ ଭାଙ୍ଗି ଯାଇଛି ।ତେବେ ଡାକ୍ତର ସଂଜୟକୁ ଢେଙ୍କାନାଳ ମୂଖ୍ୟ ଚିକିତ୍ସାଳୟକୁ ରେଫର କରିଥିବା ଜଣା ଯାଇଛି।ସୌମେନ୍ଦ୍ର ସାହୁ (୨୦) ଙ୍କର ମଧ୍ୟ ମୁଣ୍ଡ ପଛ ମାଡ ହୋଇଥିବାରୁ ତାଙ୍କୁ ମଧ୍ୟ ଉଚ୍ଚ ଚିକିତ୍ସା ପାଇଁ ରେଫର କରାଯାଇଛି । ତେବେ କ୍ରିକେଟ ଖେଳାଳି ଜଣକ ରଙ୍ଗ ରୁଟରେ ଆସୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିବା ସୂଚନା ।

new life
You might also like
error: Content is protected !!