News
WhatsApp Image 2023-10-04 at 17.25.00
samparksetu

୨ କିମି ବ୍ୟାଟେରୀ ମୁଣ୍ଡାଇ ଚାଲିଲା ଚୋର

ଚୋରି କରି ଧରା ପଡିବା ପରେ ଉତ୍ୟକ୍ତ ଜନତା ଙ୍କ ରାଗର ଶିକାର ହୋଇଛନ୍ତି ଚୋର ଏବଂ ଚୋରି ସାମଗ୍ରୀ ଥିବା ଘର ମାଲିକ । ୨ ଶହରୁ ଉର୍ଦ୍ଧ୍ବ ଲୋକ ଚୋରକୁ ବ୍ୟାଟେରୀ ମୁଣ୍ଡାଇ ୨ କିମି ଚଲାଇ ଚଲାଇ ନେଇ ଭୁବନ ଥାନାର ଜିମା ଦେଇଛନ୍ତି ।

ଏନେଇ ଭୁବନ ଥାନାରେ ୱାର୍ଡ ନମ୍ବର ୩ ର ଦେବ ସାହୁ ଙ୍କ ସମେତ ପାଞ୍ଚ ଜଣ ଗାଡି ମାଲିକ ଏତଲା ଦେଇଛନ୍ତି ।ଖବର ନେବାରେ ଜଣାଯାଏ ଯେ ୱାର୍ଡ ନମ୍ବର ୩ ହନୁମାନ ଛକ ରେ ଦୀର୍ଘ ବର୍ଷ ହେଲା ଗାଡି ଚାଳକ ମାଲିକ ଗାଡି ପାର୍କିଂ କରିଥାନ୍ତି । କବିର ସାହୁ ଙ୍କ ପୁଅ ଦେବରାଜ ସାହୁ ଟ୍ରକ ନମ୍ବର ହନୁମାନ ଛକରେ ରଖିଥିଲେ ।

ତାଙ୍କ ଟ୍ରକ ବ୍ୟାଟେରୀ ଚୋରି ହୋଇଯାଇଥିବାର ଗାଡି ଚାଳକ ଅଜୟ କହିଥିଲେ । ୨ ଦିନ କାଳ ଖୋଜିବା ପରେ ବ୍ୟାଟେରୀ ର ସନ୍ଧାନ ମିଳିଥିଲା , ଗୋଡିପଟଣା ସାହି ର ମାନସ ମଲ୍ଲିକ ବ୍ୟାଟେରୀ ଟିକୁ ଚୋରି କରି ଛାୟାକନ୍ତ ଦଳେଇ ଙ୍କୁ ବିକ୍ରୀ କରିଥିଲେ । ଛାୟାକାନ୍ତ ଜଣେ କବାଡି ବ୍ୟବସାୟୀ ।

ଗ୍ରାମବାସୀ ମାନେ ଚୋରି ବ୍ୟାଟେରୀ କୁ ଛାୟାକନ୍ତ ଙ୍କ ଘରୁ ଉଦ୍ଧାର କରିବା ପରେ ଉଭୟ ମାନସ ଓ ଛାୟାକାନ୍ତ ଙ୍କୁ ବ୍ୟାଟେରୀମୁଣ୍ଡାଇ ୨ ଶହ ଲୋକ ୨ କିମି ଚଳାଇ ଚଳାଇ ଭୁବନ ଥାନାରେ ଜିମା ଦେଇଥିଲେ । ଅନ୍ୟ ଜଣେ ଚୋର କପିଳା ମଲ୍ଲିକ ନାମରେ ଏତଲା ରହିଛି । ତେବେ କବାଡି ଦୋକାନ ବୃଦ୍ଧି ସାଙ୍ଗକୁ ଚୋରି ମଧ୍ୟ ବୃଦ୍ଧି ପାଇଥିବା ଦେଖାଯାଇଛି । ପୋଲିସ ବି ବେଫିକର ହୋଇ ବସିପଡିବାରୁ ଅଂଚଳ ରେ ଧନ ଜୀବନ ସୁରକ୍ଷିତ ନଥିବା ଜଣାପଡିଛି । ହନୁମାନ ଛକ ରେ ଥିବା ଚାରିଚାକିଆ ଗାଡି ମାଲିକ ବିଜୟ ବେହେରା ଲୁଲୁ ସାହୁ ଦାଶରଥି ସାହୁ ବିପିନ ସାହୁ ଙ୍କ ର ବ୍ୟାଟେରୀ ଚୋରି ହୋଇଥିବା ମଧ୍ୟ ଥାନାରେ ଲିଖିତ ଅଭିଯୋଗ ହୋଇଛି ।

new life
You might also like
error: Content is protected !!