News
WhatsApp Image 2023-10-04 at 17.25.00
samparksetu

ରାଜ୍ୟସ୍ତରୀୟ କଳାଉତ୍ସବରେ ଢେଙ୍କାନାଳରୁ ପାଞ୍ଚ ସାମିଲ

ରାଜ୍ୟସ୍ତରୀୟ କଳାଉତ୍ସବରେ ଢେଙ୍କାନାଳ ଜିଲ୍ଲାରୁ ପାଞ୍ଚଜଣଙ୍କୁ ଚୟନ କରାଯାଇଛି ସେମାନେ ହେଲେ ସୌମ୍ୟଶ୍ରୀ ପଟ୍ଟନାୟକ ,ବି .ବି .ହାଇସ୍କୁଲ ଲୋକ ନୃତ୍ୟରେ ପ୍ରଥମ ହୋଇ କେନ୍ଦ୍ରୀୟ ସ୍ତରକୁ ଚୟନ ହୋଇଛନ୍ତି ।ବର୍ଷା ପ୍ରିୟଦର୍ଶିନୀ ପତି ସୋଲ ଆକଟିଂଗରେ ଦ୍ୱିତୀୟ , ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଭୁବନ l

ବି .ବି .ହାଇସ୍କୁଲ ର ସତ୍ୟଜିତ ସିଂହ ତୃତୀୟ ସ୍ଥାନ ସୋଲ ଅକଟିଂଗ , ଅନ୍ୟାନ୍ୟ ଅର୍ଣ୍ଣପୂର୍ଣ୍ଣା ଥ୍ରୀ ଡି କଳାରେ ଦ୍ୱିତୀୟ( ନୂଆ ଭୁବନ ଉଚ୍ଚ ବିଦ୍ୟାଳୟ) , ସତ୍ୟପ୍ରକାଶ ସାହୁ ତୃତୀୟ ସ୍ଥାନ ସୋଲ ଶାସ୍ତ୍ରୟ ନୃତ୍ୟ( ଭୁବନ ଉଚ୍ଚ ବିଦ୍ୟାଳୟ ) ରୁ ଚୟନ ହୋଇଥିବା ଜଣାପଡିଛି ।

ଢେଙ୍କାନାଳ ବାଳିକା ବିଭାଗ ର ଗାଇଡ଼ ଶିକ୍ଷୟତ୍ରୀ ସୁଲତାନା ବେଗମ( ସରକାରୀ ବାଳିକା ହାଇସ୍କୁଲ ଭୁବନ ) ବାଳକ ବିଭାଗର ଗାଇଡ଼ ଶିକ୍ଷକ( ମଧୁସୂଦନ ରାଉତ ଫକୀର ମୋହନ ହାଇସ୍କୁଲ ସ୍କୁଲ ,ନାଗିଆପାସି)ଙ୍କ ତତ୍ୱାବଧାନରେ ୩ ଦିନ ଧରି ଭୁବନେଶ୍ୱର ରେ କଳା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉଦଯାପନୀ ଉତ୍ସବରେ ସମସ୍ତ କୃତି ବିଦ୍ୟାର୍ଥୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

new life
You might also like
error: Content is protected !!