News
WhatsApp Image 2023-10-04 at 17.25.00
samparksetu

ଜଗନ୍ନାଥ ପରିବାର କୁ ଜଗନ୍ନାଥ ଭରସା

ଋଣ ଭାରରେ ବୁଡ଼ି ଯାଇଥିବା ଜଣେ ଚାଷୀ ଏକ ଏକର ଜମି କୁ ବଛାବଛି କରି ନପାରିବାରୁ ଘରୋଇ କଳି ହୋଇଥିଲା । ଫଳରେ ବୁଧବାର ଦିନ କିଟନାଶକ ପିଇ ଆତ୍ମହତ୍ୟା କରିଥିଲେ ।ତାଙ୍କର ଭୁବନ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।

ତେବେ ମୃତ ଜଗନ୍ନାଥ ମହାପାତ୍ର ଙ୍କ ପରିବାର କୁ କେବଳ ଜଗନ୍ନାଥ ଭରସା , ମୃତ ଜଗନ୍ନାଥ ଜଣେ ଟ୍ରକ ମାଲିକ ଥିଲେ , ପନ୍ଦର ବର୍ଷ ପୂର୍ବେ ଜଗନ୍ନାଥ ଙ୍କ ଉଚ୍ଚ ରକ୍ତଚାପ ଯୋଗୁ ବ୍ରେନ ହାମରେଜ ହୋଇଥିଲା । କଳିଙ୍ଗ ହସ୍ପିଟାଲ ଭୁବନେଶ୍ୱର ରେ ଚିକିତ୍ସା ହୋଇଥିଲେ , ଡାକ୍ତର ଙ୍କ ପରାମର୍ଶ ଅନୁଯାୟୀ ପରିଶ୍ରମ କାମ କଲେନାହିଁ।

ଚିକିତ୍ସା ପାଇଁ ଟ୍ରକ ବିକ୍ରି କରିବା ସହ ଜମି ଏକ ମାଣ ବିକ୍ରି କରିଥିଲେ । ତଥାପି ତାଙ୍କ ଦୁଃଖ ଗଲା ନାହିଁ, ସେହି ଦିନ ଠାରୁ ଧାର କରଜ ଲାଗିରହିଲା । ୨ ଝିଅଙ୍କୁ ବିଜ୍ଞାନ ରେ ସ୍ନାତକ ପଢାଇପାରିଛନ୍ତି ।ସାନ ପୁଅ ମଧ୍ୟ ଗତ ବର୍ଷ ଯୁକ୍ତ ୨ ପାସ କରି ଘରେ ଅଛନ୍ତି ।

ଆର୍ଥିକ ସଙ୍କଟ ଜଗନ୍ନାଥ ଙ୍କୁ ଦିନକୁ ଦିନ ଅସୁସ୍ଥ କରିଛି , ଘରେ ବଢିଲା ଝିଅ ସହ ଜମିରେ ଚାଷ ବାଧାପ୍ରାପ୍ତ ତାଙ୍କୁ ଆହୁରି ମାନସିକ ଦୁଶ୍ଚିନ୍ତା ବଢ଼ାଇ ଦେଇଥିଲା ।ଏପରିକି ପାଞ୍ଚ ବର୍ଷ ହେଲା ଚାଳ ଘର ଖଣ୍ଡକ ଛପର କରି ପାରିନାହାନ୍ତି। ଚାଳ ଉପରେ ଗଛ ଉଠିଲାଣି ,କେତେ ବର୍ଷ ହେଲା ବ୍ଲକ କୁ ଖଣ୍ଡେ ଆବାସ ପାଇଁ ଦୌଡୁଛନ୍ତି ତାର ହିସାବ ନାହିଁ । ଆବାସ ଯୋଜନା ରେ ଜଗନ୍ନାଥ ଙ୍କୁ ଯୋଗ୍ୟ ମନେ କରିନି ସରକାରୀ କଳ । ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସରକାର ଙ୍କୁ ଗୁହାରି କରିଛନ୍ତି ଜଗନ୍ନାଥ ଙ୍କ ବିଧବା ପତ୍ନୀ ସନ୍ଧ୍ୟାରାଣୀ ମହାପାତ୍ର ।

new life
You might also like
error: Content is protected !!