News
WhatsApp Image 2023-10-04 at 17.25.00
samparksetu

୩ ଦଫା ଦାବି କୁ ସମର୍ଥନ ଜଣାଇଲା କଂଗ୍ରେସ

ଭୁବନ ବ୍ଲକ ଗୋଷ୍ଟୀ ଶିକ୍ଷା କେନ୍ଦ୍ର ସମ୍ମୁଖରେ ୩ ଦଫା ଦାବି ପୂରଣ ନିମନ୍ତେ ଧାରଣାରେ ବସିଥିବା ଶିକ୍ଷକ ସଂଘ ର ଆନ୍ଦୋଳନକୁ ସମର୍ଥନ କରିଥିଲା କଂଗ୍ରେସ । ଜିଲ୍ଲା ଶିକ୍ଷକ ସଂଘ ସଂପାଦକ ତଥା ଜିଲ୍ଲା କିସାନ କଂଗ୍ରେସ ସଭାପତି ବିପ୍ରବାର ସାହୁ ଆନ୍ଦୋଳନ କାରି ଙ୍କ ନିକଟରେ ପହଂଚି ସମର୍ଥନ ଜଣାଇବା ସହ ଶିକ୍ଷକ ନେତା ଶତ୍ରୁଘ୍ନ ପାତ୍ର ଙ୍କ ସହ ଆଲୋଚନା କରିଥିଲେ ।

ବ୍ଲକ ଗୋଷ୍ଟୀ ଶିକ୍ଷା ଅଧିକାରୀ ଙ୍କ ଅଧୀନରେ କାର୍ଯ୍ୟ କରୁଥିବା ୧୪୫ ବିଦ୍ୟାଳୟ ୩୧୮ ଶିକ୍ଷକ ଶିକ୍ଷୟତ୍ରୀ ଆନ୍ଦୋଳନ ରେ ଯୋଗ ଦେଇଥିଲେ । ଆନ୍ଦୋଳନ ଯୋଗୁ ତାଲା ପଡ଼ିବାକୁ ଥିବା ୨ଟି ବିଦ୍ୟାଳୟ କୁ ଅନ୍ୟ ବିଦ୍ୟାଳୟ ରୁ ଶିକ୍ଷକ ପଠାଇ ପିଲା ମାନଙ୍କୁ ଜଗିବା କାମ କରୁଛନ୍ତି ବିଇଓ ଭୁବନ । ରାଜ୍ୟ ସରକାର ଠିକା ନିଯୁକ୍ତି ବନ୍ଦ କରିବାକୁ ଆହ୍ୱାନ ଦେଇ ପୁଣି ବନ୍ଦ କରିବା ହାସ୍ୟାସ୍ପଦ କଥା ବୋଲି କହିଥିଲେ ବିପ୍ରବର ସାହୁ । ବ୍ଲକ କଂଗ୍ରେସ ସଭାପତି ଭାଗିରଥି ଜେନା ଶିକ୍ଷକ ଆନ୍ଦୋଳନ କୁ ସମର୍ଥନ କରିବା ସହ ଆନ୍ଦୋଳନ ଶେଷ ପର୍ଯ୍ୟନ୍ତ ସାମିଲ ହେବେ ବୋଲି କହିଥିଲେ ।

new life
You might also like
error: Content is protected !!