News
WhatsApp Image 2023-10-04 at 17.25.00
samparksetu

୫କର୍ମୀ ନିଯୁକ୍ତିରେ ଅହେତୁକ ଅନୁକମ୍ପା ଅଭିଯୋଗ

ଭୁବନ ବ୍ଲକରେ ଖାଲି ପଡ଼ିଥିବା ଅଙ୍ଗନୱାଡ଼ି କେନ୍ଦ୍ରରେ କର୍ମୀ ନିଯୁକ୍ତି ନିମନ୍ତେ ଚୁଡାନ୍ତ ସିଲେକ୍ସନ ହୋଇ ୫ ଜଣ ଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା । ସମସ୍ତ ପ୍ରାର୍ଥୀ ଶୁକ୍ରବାର ଅପରାହ୍ନରେ କାର୍ଯ୍ୟ ରେ ଯୋଗ ଦେଇଛନ୍ତି । ଖବର ରୁ ପ୍ରକାଶ ଯେ ବିଜ୍ଞପ୍ତି ନମ୍ବର ୫୫୯ /୧୦.୭.୨୦୨୪ ଅନୁଯାୟୀ ବିଭିନ୍ନ କେନ୍ଦ୍ର ରେ ମହିଳା ମାନେ ଦରଖାସ୍ତ କରିଥିଲେ , ଯାଞ୍ଚ ହୋଇଥିଲା ।

ପରେ ଅଭିଯୋଗକୁ ଆଧାର କରି ୨ୟ ବାର ତଦନ୍ତ ହୋଇଛି। ଉପଜିଲ୍ଲାପାଳଙ୍କ ନାରାୟଣ ନାୟକଙ୍କ ଚୁଡାନ୍ତ ନିଷ୍ପତି ପରେ ଚିଠି ନମ୍ୱର ୬୯୫/୧୩.୮.୨୦୨୪ରେ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଥିଲା । ତେବେ ୧୩ତାରିଖରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ବି ୩୦ ତାରିଖରେ କାର୍ଯ୍ୟରେ ଯୋଗଦାନ କରିବାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । ଅନଳ କେନ୍ଦ୍ର ୨ ନିମନ୍ତେ ଜୁଲି ମହାନ୍ତ, ମଠକରଗୋଲା କେନ୍ଦ୍ର ନମ୍ୱର ନିମନ୍ତେ ମଧୁସ୍ମିତା ବେହେରା। ବେଢ଼ାପାଲ କେନ୍ଦ୍ର ନମ୍ୱର ୧ ନିମନ୍ତେ ଦିପ୍ତିମୟୀ ଲେଙ୍କା ଦିଘି ପଞ୍ଚାୟତର କାଇରାନାଳି ଦିବ୍ୟଶ୍ରୀ ରାଉତ, ଭୂଷଳ ପଞ୍ଚାୟତର ଜୟପୁର କେନ୍ଦ୍ର ନମ୍ୱର ୩ ପାଇଁ ଅନ୍ନପୂର୍ଣ୍ଣା ମାଝୀ କାର୍ଯ୍ୟରେ ଯୋଗ ଦେଇଛନ୍ତି।

୭ଦିନ ମଧ୍ୟରେ ଯୋଗଦାନ ନ କରିଲେ ବିକଳ୍ପ ରାସ୍ତା ନିମନ୍ତେ ଚିଠି ରେ ଉଲ୍ଲେଖ ରହିଛି କିନ୍ତୁ ବିଭାଗୀୟ ଅଧିକାରୀ କାହିଁକି ଅନୁକମ୍ପା ପ୍ରଦର୍ଶନ କରିଛନ୍ତି ସେ ନେଇ ସାଧାରଣ ରେ ଉଦବେଗ ପ୍ରକାଶ ପାଇଛି । ଏନେଇ ଉପ ଜିଲ୍ଲାପାଳ ନାରାୟଣ ନାୟକଙ୍କ ଯୋଗାଯୋଗ କରାଯାଇଥିଲା। ସବୁ ସଠିକ୍ ଭାବେ କାର୍ଯ୍ୟ କରାଯାଇଛି ବୋଲି କହିଛନ୍ତି। ଏ ନେଇ ଅନ୍ୟତମ ପ୍ରାର୍ଥୀନୀ ସ୍ଥିତିପ୍ରଜ୍ଞା ବେହେରା ଢେଙ୍କାନାଳ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଛନ୍ତି । ମହିଳା ଶିଶୁ ବିକାଶ ମନ୍ତ୍ରୀଙ୍କୁ ସାକ୍ଷାତ କରି ଅଭିଯୋଗ କରିବାକୁ ଜଣାଇଛନ୍ତି ।

new life
You might also like
error: Content is protected !!