News
WhatsApp Image 2023-10-04 at 17.25.00
samparksetu

ସମବାୟ ସଂପାଦକଙ୍କ ଇସ୍ତଫା , ସୁରପ୍ରତାପପୁରରେ ଚାଷୀ ପଡିଲେ ବଳି

ଚାଷୀ ତାର ଧାନ ବିକିବା ପାଇଁ ମଣ୍ଡି କୁ ନେଇ ବିକି ପାରୁନଥିବାରୁ ବଡ ହିନସ୍ତା ହେବାକୁ ପଡିଛି । ଅତ୍ୟଧିକ ଚାପର ବଶବର୍ତୀ ହୋଇ ସୁରପ୍ରତାପପୁର ର ସମବାୟ ସଂପାଦକ ଦାୟିତ୍ୱରୁ ସତ୍ୟପ୍ରକାଶ ସାହୁ ଇସ୍ତଫା ଦେଇଥିବା ଜଣାପଡିଛି ।

ଏନେଇ ଭୁବନ ବ୍ଲକ ସୁରପ୍ରତାପପୁର ସମବାୟ ସମିତି ଅର୍ନ୍ତଗତ ଚାଷୀ ମାନେ ଧାନ ଦେଇ ନପାରି ଅସନ୍ତୁଷ୍ଟ ଚାଷି ଢେଙ୍କାନାଳ ରେ ବେସାମରିକ ଯୋଗାଣ ବିଭାଗ ଅଧିକାରୀଙ୍କୁ ସାକ୍ଷାତ କରି ଅସନ୍ତୁଷ୍ଟ ହୋଇଥିବା ଜଣାଯାଇଛି । ଏହି ସମିତି ଅଧିନରେ ୯୨୧ ଜଣ ଚାଷୀ ପଜ୍ଞିକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୯୦୪ଜଣଙ୍କ ନାମରେ ଟୋକନ ଆସିଥିବା ଦେଖାଯାଇଛି ।

ପଚାଂୟତ ନିର୍ବାଚନକୁ ଦୃଷ୍ଟିରୁ ଫେବୃୟାରୀ ୧୯ ତାରିଖରୁ ମଣ୍ଡି ବନ୍ଦ ହୋଇଯାଇଛି । ଫେବୃୟାରୀ ୨୨ତାରିଖରେ ନିର୍ବାଚନ ହୋଇଛି । ୨୬ ତାରିଖରେ ପ୍ରଥମ ଗଣତି ହୋଇଥିଲା । ୨୭ ତାରିଖରେ ଦିତୀୟ ଦିନ ଭୋଟ ଗଣତି ସମୟରେ ପଚାଂୟତରେ ବିଜେଡି ପ୍ରାର୍ଥୀ ବିଜୟ ହୋଇଥିବା ଖବର ପାଇ କିଛି ସର୍ମଥକ ସତ୍ୟ ପ୍ରକାଶଙ୍କୁ ଧମକ ଚମକ ଦେବାରୁ ସେ କାମାକ୍ଷାନଗର ଉପ ସମବାୟ ନିବନ୍ଧକ ଅନିଲ କୁମାର ରଥଙ୍କୁ ଇସ୍ତାଫା ପ୍ରଦାନ କରିଥିବା ଜଣାଯାଇଛି ।

ତେବେ ସମବାୟ ସଂପାଦକ ସତ୍ୟପ୍ରକାଶ କାର୍ଯ୍ୟରେ ନଥିବା ଯୋଗୁ ଫେବୃୟାରୀ ୧୯ ତାରିଖ ରୁ ମାର୍ଚ୍ଚ ୨ ମଧ୍ୟରେ ଧାନ ମଣ୍ଡି ହୋଇପାରି ନାହିଁ । ବିଭାଗ ମଧ୍ୟ ଅନ୍ୟ କୈଣସି ବିକ୍ଳପ ବ୍ୟବସ୍ଥା ଗ୍ରହଣ କରିନଥିବାରୁ ମଣ୍ଡି ହୋଇପାରିନାହିଁ । ଫଳରେ ପ୍ରାୟ ୯୦୦ ଟୋକନ ମଧ୍ୟରୁ ୪୫୮ ଜଣ ଚାଷୀ ଧାନ ବିକ୍ରୀ କରିପାରିଥିବା ବେଳେ ୨୦୦ ଚାଷୀଙ୍କର ଟୋକନ କଟିଯାଇଛି । ଯାହାକୁ ନେଇ ଚାଷୀ ମହଲରେ ତିବ୍ର ଅସନ୍ତୋଷ ଦେଖାଦେଇଛି । ଚଳିତ ବର୍ଷ ୨୩ହଜାର କ୍ୱିଣ୍ଟାଲ ଧାନ କିଣିବାକୁ ଆଦେଶ ପାଇଥିବା ସୁରପ୍ରତାପପୁର ସମବାୟ ସମିତି ଅଦ୍ୟାବଧି ମାତ୍ର ୧୫ହଜାର କ୍ୱିଣ୍ଟାଲ ଧାନ ବିକ୍ରି କରିପାରିଛନ୍ତି । ୪୫୦ ଚାଷୀ ମଧ୍ୟ ଧାନ ବିକ୍ରି କରିପାରିନାହାନ୍ତି ।

ଏନେଇ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ନିରଦ କୁମାର ଦାସ କୁହନ୍ତି ବିଭାଗ ପକ୍ଷରୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରଯାଉଛି । ସୁରପ୍ରତାପପୁର ଚାଷୀ ସଂଗଠନର କାର୍ଯ୍ୟାକାରୀ ସଭାପତି ଭଜମନ ସାମଲ ଚାଷୀ ଙ୍କ ଧାନ ସରକାର କିଣିବାର ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି ।

new life
You might also like
error: Content is protected !!