News
WhatsApp Image 2023-10-04 at 17.25.00
samparksetu

ବାଇକ ରୁ ପଡି ମହିଳା ଗୁରୁତର

ଭୁବନ ଥାନା ସମ୍ମୁଖରେ ବାଇକରୁ ପଡି ଜଣେ ମହିଳା ଗୁରୁତର ହୋଇପଡିଛନ୍ତି । ବୁଧବାର ଅପରାହ୍ନ ପ୍ରାୟ ୫ଟା ବେଳେ ନିଜ କୈଣସି କାମରେ ଭୁବନ ଆଡୁ ଘର କାମାକ୍ଷାନଗର ଥାନା ରାଙ୍କିଆ ଗ୍ରାମକୁ ମୋଟର ସାଇକେଲ ରେ ଫେରୁଥିଲେ ।ଜାତୀୟ ରାଜପଥ ୫୩ ଭୁବନ ଥାନା ଭୂଷଳ ଛକ ନିକଟରେ ମହିଳା ବାଇକରୁ ଖସି ପଡିଥିଲେ । ଫଳରେ ତାଙ୍କର ମୁଣ୍ଡ ମାଡ ହୋଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ଦମକଳବାହିନୀର ସେବାସଂସ୍ଥାକର୍ମକାରୀ ଭୁବନ ଡାକ୍ତରଖାନାକୁ ନେଇଥିଲେ । ଡାକ୍ତରୀ ଚିକିତ୍ସା ଜାରି ରହିଛି ।

ଅନ୍ୟପଟେ ଭୁବନ ବିଜ୍ଞାପିତ ଅଚଂଳ ପରିଷଦ ଅର୍ନ୍ତଗତ ଭଦଳିଆପଶି ର ବସ୍ତି ମଧ୍ୟରେ ଏକ ଚଉଦ ଚକିଆ ଟ୍ରକ ଯିବା ସମୟରେ ଘର ସମ୍ମୁଖରେ ଥିବା ଏକ ମଟରସାଇକେଲ କୁ ଘୋଷାରି ନେଇଥିଲା । ଫଳରେ ନୁଆ ମଟରସାଇକେଲଟି ନମ୍ବର ଓଡି୦୬ଜେ୯୮୪୮ ବିଭିନ୍ନ ଅଂଶ ନଷ୍ଟ ହୋଇଯାଇଛି । କ୍ଷତିର ଅନୁମାନିକ ମୁଲ୍ୟ ୩୦ ହଜାରରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି । ଅଭିଯୋଗ ପାଇଁ ଭୁବନ ଆଇଆଇସି ପ୍ରଶାନ୍ତ ପାତ୍ର ଘଟଣା ସ୍ଥଲରେ ପହଁଚି ଟ୍ରକଟିକୁ ଭୁବନ ଥାନକୁ ନେଇଥିବା ଜଣାପଡିଛି ।

new life
You might also like
error: Content is protected !!