News
WhatsApp Image 2023-10-04 at 17.25.00
samparksetu

ହାଇୱା ଧକ୍କା ରେ ୧୦୮ ଚେପା

୫୩ ନଂ ଜାତୀୟ ରାଜପଥ ରେ ବେପରୁଆ ଗାଡି ଚାଳନା ଯୋଗୁ ୧୦୮ ଆମ୍ବୁଲାନ୍ସ ଗାଡିକୁ ଧକ୍କା ଦେଇଛି ଏକ ପାଉଁଶ ବୋଝଇ ହାଇୱା ।ଫଳରେ ଜୀବନ ରକ୍ଷା କରିବାକୁ ଯାଇଥିବା କର୍ମଚାରୀ ଙ୍କ ଜୀବନ ସିନା ରକ୍ଷା ପାଇଯାଇଛି ହେଲେ ଚେପା ହୋଇଯାଇଛି ଆମ୍ବୁଲାନ୍ସ ।

ଘଟଣା ଟି ଘଟିଛି ଭୁବନ ଥାନା ଠାରୁ ମାତ୍ର ୨ ଶହ ମିଟର ଦୂରରେ , ଭୁବନ ରୁ ଥୋରିଆସନ୍ଧା ରୋଗୀ ଆଣିବାକୁ ଯାଉଥିବା OR02BJ 9581ନମ୍ବର ଆମ୍ବୁଲାନ୍ସ କୁ ରଙ୍ଗ ରୁଟ ରେ ଆସୁଥିବା ହାଇୱା ସାମ୍ନା ରୁ ଧକ୍କା ଦେଇଥାନ୍ତା ,ହେଲେ ଆମ୍ବୁଲାନ୍ସ ଚାଳକ ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ରକ୍ଷା ପାଇଗଲା ଆମ୍ବୁଲାନ୍ସ ।ଦୁର୍ଘଟଣା ଘଟାଇ ଫେରାର ହେଉଥିବା ବେଳେ ସ୍ଥାନୀୟ ଲୋକ ଗାଡି କୁ ଅଟକ ରଖି ପୋଲିସ କୁ ଖବର ଦେଇଥିଲେ । ଗାଡି ସହ ଚାଳକ କୁ ଅଟକ ରଖିଛି ଭୁବନ ପୋଲିସ ।

new life
You might also like
error: Content is protected !!