News
WhatsApp Image 2023-10-04 at 17.25.00
samparksetu

ସଡକ ଦୁର୍ଘଟଣା ରେ ୨ଜଣ ଗୁରୁତର

ଢେଙ୍କାନାଳ ଜିଲ୍ଲା ଭୁବନ ମଣିପୁର ବାଘୁଆଘାଇ ଛକ ପୂର୍ତ୍ତବିଭାଗ ରାସ୍ତାରେ ସଡକ ଦୁର୍ଘଟଣା ରେ ଦୁଇଜଣ ଗୁରୁତର ହୋଇଛନ୍ତି ।

ଗୁରୁତର ହେଲେ ଭୁବନ ଥାନା ଅନ୍ତର୍ଗତ ବାରିଜଙ୍ଗ ଗ୍ରାମର ଗଣେଶ୍ବର ନାୟକ(୪୨) ଓ ଗଁଦିଆ ଥାନା ଅନ୍ତର୍ଗତ ସନ୍ଥପୁର ଗ୍ରାମର ଖେତ୍ରବାସୀ ଦେହୁରୀ (୪୫) । ଖେତ୍ରବାସୀ ଭୁବନ ଷ୍ଟେଟବ୍ୟାଙ୍କରୁ ଟଙ୍କାଧରି ମଟରସାଇକେଲରେ ଘରକୁ ଫେରୁଥିବା ବେଳେ ଗଣେଶ୍ବର ନିଳକଣ୍ଠପୁର ଛକରୁ ଜଳଖିଆ ଖାଇ ମଧ୍ୟ ମଟର ସାଇକେଲରେ ଘରକୁ ଫେରୁଥିଲେ।

ତେବେ ବାଘୁଆଘାଇ ଠାରେ ଉଭୟଙ୍କ ମଧ୍ୟରେ ଦୁର୍ଘଟଣା ଘଟିବାରୁ ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଢେଙ୍କାନାଳ ସ୍ଥାନାନ୍ତରିତ କରାଯାଇଥିଛି। ଉଭୟଙ୍କର ଡାହାଣ ଗୋଡର ପାଦ ଅଧିକ ଗୁରୁତର ଥିବାବେଳେ ଖେତ୍ରବାସୀ ଙ୍କର ହାତ ପାପୁଲି ମଧ୍ୟ ଗୁରୁତର ହୋଇଛି।

new life
You might also like
error: Content is protected !!