News
WhatsApp Image 2023-10-04 at 17.25.00
samparksetu

ବାଛୁରୀକୁ ଧକ୍କାଦେଇ ବୃଦ୍ଧ ମୃତ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ କଣପାଳ ଗ୍ରାମର ବରିଷ୍ଠ ନାଗରିକ ଗୋପାଳ ଘୋଷ ଗତ ୬ ତାରିଖ ଅପରାହ୍ନରେ ନିଜ ଘରକୁ ଫେରୁଥିବା ବେଳେ ମହୁଳପାଳ ଗ୍ରାମ ରାସ୍ତାରେ ଏକ ବାଛୁରୀ ତାଙ୍କ ମଟର ସାଇକେଲ ଆଗକୁ ପଶିଆସିବାରୁ ସେ ବାଛୁରିକୁ ଧକ୍କ। ଦେବା ସହ ନିଜେ ଦୃର୍ଘଟଣାର ଶୀକାର ହୋଇଥିଲେ ।

ତାଙ୍କୁ ପ୍ରଥମେ ଭୁବନ ପରେ କଟକ ବଡ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଇଥିଲା । ଗୁରୁବାର ପୂର୍ବାହ୍ନରେ ତାଙ୍କର ମୃତ ହୋଇଯାଇଛି । ତାଙ୍କ ଶବକୁ ବ୍ରାହ୍ମଣୀ ନଦୀ ବାଲି ସସ୍ମାନରେ ଦାହ କରାଯାଇଛି । ତାଙ୍କ ବାସ ଭବନକୁ ପୂର୍ବତନ ବ୍ଲକ ଅଧକ୍ଷ ଶତୃଘ୍ନ ଜେନାଙ୍କ ସମେତ ମହୁଳପାଳ ,ମୃଦଙ୍ଗାର ବହୁ ବ୍ୟକ୍ତି ପହଁଚି ଶେଷ ଦର୍ଶନ କରିଥିଲେ ।

new life
You might also like
error: Content is protected !!