News
WhatsApp Image 2023-10-04 at 17.25.00
samparksetu

ଅଛୁଆଁ ବୋଲି ମିଳୁନି ପିଇବା ପାଣି !

ଅଛୁଆଁ ଜାତି ବୋଲି ମିଳୁନି ଟୋପାଏ ପାଣି । କୂଅ ପୋଖରୀ ସବୁ ମନା । ଫଳରେ ହନ୍ତ ସନ୍ତ ହେଉଛନ୍ତି ଦଳିତ ବସ୍ତି ବାସିନ୍ଦା । ସବର୍ଣ୍ଣ ଓ ଅସବର୍ଣ୍ଣ ଙ୍କ ମଧ୍ୟରେ ଲାଗିରହିଥିବା ବିବାଦରୁ ଏଓଆରୁ ଅଭାବନୀୟ ସ୍ଥିତି ଉପୁଜିଛି ଢେଙ୍କାନାଳ ଜିଲ୍ଲା ଭୁବନ ଏକତାଳି ଗ୍ରାମରେ । ଫଳରେ ଅସହାୟ ଏକତାଳି ଗ୍ରାମର ଦଳିତ ବସ୍ତି ଲୋକେ ନ୍ୟାୟ ପାଇଁ ଭୁବନ ଥାନାର ଦ୍ୱାରସ୍ଥ ହେବ ପରେ ଘଟଣା ବେଶ ଆଲୋଡନ ସୃଷ୍ଟି କରିଛି।

ସୂଚନା ଥାଉକି, ଘରେ ଘରେ ଦେଖିବାକୁ ମିଳିବନି ପାନୀୟଜଳ ସମସ୍ୟା , ସେଥିପାଇଁ ରାଜ୍ୟ ସରକାର ବସୁଧା ଯୋଜନା ଓ ବୋରଓ୍ବେଲ ମାଧ୍ୟମରେ ଖର୍ଚ୍ଚ କରୁଛି କୋଟିକୋଟି ଟଙ୍କା । ପ୍ରତ୍ବେକ ଗ୍ରାମରେ ତିରିଶ ହଜାରରୁ ଷାଠିଏ ହଜାର ଲିଟର କ୍ଷମତା ବିଶିଷ୍ଟ ଟାଙ୍କି ନିର୍ମାଣ କରି ଘରଘରକୁ ପାଇପ ଖଞ୍ଜାଯାଇଛି । ଏବଂ ଲୋକମାନେ ପାନୀୟଜଳ ପାଇପାରୁଛନ୍ତି । କିନ୍ତୁ ଭୁବନ ଥାନା ଅନ୍ତର୍ଗତ ଏକତାଳୀ ଗ୍ରାମ ହରିଜନ ସାହିରୁ ଆସିଛି ସଙ୍ଗିନ ଅଭିଯୋଗ । ଏକତାଳୀ ଗ୍ରାମର ନାଉରୀ ସାହି ଓ ହରିଜନ ସାହି ବାସିନ୍ଦାଙ୍କୁ ମିଳିଛି ଗୋଟିଏ ବୋରଓ୍ବେଲ । ଯେହେତୁ ହରିଜନ ସାହିରେ ଏକ ସୋଲାର ଜଳ ପ୍ରକଳ୍ପ ଥିଲା ସେମାନଙ୍କୁ ପାଣୀ ସମସ୍ୟା ନଥିଲା । କିନ୍ତୁ ଆଜକୁ ସାତ ମାସ ହେଲା ସୋଲିରଟି ଖରାପ ହୋଇପଡିଛି । ଯେତେ ଅଭିଯୋଗ ପରେବି ଫଳ ଘର ଶୂନ । ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ଗ୍ରାମର ମହିଳାମାନେ ଅଭିଯୋଗ କରିଥିଲେ । ଦୁଇ ଦିନ ମଧ୍ୟରେ ସେମାନଙ୍କର ସୋଲାର ଠିକ କରିଦିଆଯିବ ବୋଲି ବିଧାୟକ ପ୍ରତିଶୃତି ଦେଇଥିଲେ । କିନ୍ତୁ ଆଜକୁ ପନ୍ଦର କୋଡିଏ ଦିନ ହେଲେ ପ୍ରତିଶୃତିର କୌଣସି ସୁଫଳ ମିଳିନାହିଁ ।

ଆଜକୁ ସାତ ମାସ ହେଲା ନିକଟସ୍ଥ ଜୋରରୁ ଚୁଆ କରି ଏକ କିମି ଦୂରରୁ ପାଣି ଆଣି ବ୍ୟବହାର କରୁଥିଲେ । ତେଣୁ ଗୁରୁବାର ସକାଳେ ହରିଜନ ବସ୍ତିର ସମସ୍ତ ମହିଳା ହାଣ୍ଡି ଗରା ଓ ବାଲଟି ଧରି ନାଉରୀ ସାହିକୁ ବୋରଓ୍ବେଲରୁ ପାନୀୟଜଳ ନିମନ୍ତେ ଯାଇଥିଲେ । କିନ୍ତୁ ନାଉରୀ ସାହିର ଲୋକେ ଅଛୁଆଁ ଦର୍ଶାଇ ବୋରଓ୍ବେଲ ଘରଟିକୁ ତାଲା ପକାଇଥିବା ଥାନାରେ ଅଭିଯୋଗ । କିନ୍ତୁ ଏହି ସମସ୍ୟାର ସମାଧାନ ଥାନାରେ ନୁହେଁ ବ୍ଲକ ବିଡିଓ ଏବଂ ଚେୟାରମ୍ୟାନଙ୍କ ଦ୍ବାରା ହେବ ଦର୍ଶାଇ ଅଭିଯୋଗ କୁ ଫେରାଇ ଦେଇଛନ୍ତି ଭୁବନ ଥାନାଧିକାରୀ । ଯାହାକୁ ନେଇ ଏକତାଳି ହରିଜନ ବସ୍ତି ବାସିନ୍ଦା ଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି । ଆଗାମୀ ଦିନରେ ଏହା ଉତ୍ତ୍ୱେଜନା କର ପରିସ୍ଥିତି ସୃଷ୍ଟି ହେବାର ଯଥେଷ୍ଟ ଆଶଙ୍କା କରାଯାଇଛି ।

new life
You might also like
error: Content is protected !!