News
WhatsApp Image 2023-10-04 at 17.25.00
samparksetu

ଅଙ୍ଗନବାଡ଼ି କେନ୍ଦ୍ରକୁ ମିଳୁନି ପୃଷ୍ଟିକର ଖାଦ୍ୟ ସିଡିପିଓ ଙ୍କୁ ଘେରିଲେ ଗାଁ ଲୋକ

ଦୀର୍ଘମାସ ହେଲା ପୃଷ୍ଟିକର ଖାଦ୍ୟ ପାଇନଥିବା ପ୍ରତିବାଦରେ ଅଙ୍ଗନବାଡ଼ି କେନ୍ଦ୍ର ଅର୍ନ୍ତଗତ ହିତାଧିକାରୀ ମାନେ ସିଡିପିଓ କାର୍ଯ୍ୟାଳୟ ଘେରାଉ କରିଥିଲେ । ଖବର ନେବାରେ ଜଣାଯାଇଛି ଯେ ଭୁବନ ବିଜ୍ଞାପିତ ଅଚଂଳ ପରିଷଦର ଗୋପାଳପୁର ପାଟଣାସାହିର ୩୪ ନଂ କେନ୍ଦ୍ରର କର୍ମୀ ସେବତୀ ମହାରଣା ସେହି ଅଚଂଳର ହିତାଧିକାରୀଙ୍କୁ ପୃଷ୍ଟିକର ଖାଦ୍ୟ ଭାବରେ ଦିଆଯାଉଥିବା ଅଣ୍ଡା ଛତୁଆ ,ଲଡୁ ,ହୁଡୁମ ,ଗରମ ରନ୍ଧା ଖାଦ୍ୟ ବାବଦକୁ ଚାଉଳ ଦିଆଯାଉନଥିବା ନେଇ ବାରମ୍ବାର ଲିଖିତ ଭାବେ ଜଣାଯାଇଥିଲେ ବି ସିଡିପିଓ ଙ୍କ କାର୍ଯ୍ୟାଳୟ କୈଣସି ପ୍ରକାର ସହେଯାଗ ନମିଳିବାରୁ ଦାୟିତ୍ୱରେ ଥିବା ବିଡିଓ ଆର୍ଶୀବାଦ ପରିଡା ଙ୍କୁ ଲିଖିତଭାବେ ଜଣାଇଥିଲେ ।

ଲିଖିତ ଦରଖାସ୍ତ ଦେବାର ଆଠ ଦିନ ପରେ ବିଡିଓ କିଛି ନବୁଝିବାରୁ ୨୦ରୁ ଉର୍ଦ୍ଦ ହିତାଧିକାରୀ ସିଡିପିଓଙ୍କ କାର୍ଯ୍ୟାଳୟକୁ ଦୀର୍ଘ ସମୟ ଧରି ଘେରି ରହିଥିଲେ । ଖାଲି ସତିକି ନୁହେଁ ଖୋଦ ଅଙ୍ଗନବାଡି ସହାୟିକା ରଶ୍ମିତା ସାହୁ ମଧ୍ୟ ସିଡିପିଓଙ୍କୁ ଲିଖିତ ଅଭିଯୋଗ କରିଥିଲେ । ରତ୍ନପ୍ରଭା ସାହୁ, ପୁଷ୍ପାଞ୍ଜଳୀ ସାହୁ , ପ୍ରତି ସାହୁ ,ରସ୍ମିତା ସାହୁ , ଗୈାରୀ ସାହୁ ସବିତା ସାହୁ ପ୍ରିୟଙ୍କା ସାହୁ , ଲିଲିମା ସାହୁ ,ରୀନା ସାହୁ ସସ୍ମିତା ସାହୁ , ଝୁନୁବାଳା ମେହେଣା ସିଲକି ଅଗ୍ରୱାଲା ରୋହିନୀ ଅଗ୍ରୱାଲା , ସୁଜତା ସାହୁ ,ବାବୁଲି ସାହୁ ,ନୈନା ଅଗ୍ରୱାଲା ପ୍ରମୁଖ ଉପସ୍ଥିତ ଥିଲେ । ଅଙ୍ଗନବାଡ଼ି କର୍ମୀ ସେବତୀ ମହାରଣା ଙ୍କୁ ପଚାରିବାରେ ସେ କୁହନ୍ତି ଅଫିସିଆଲଙ୍କ ଠାରୁ ସଠିକ ସମୟରେ ସହ ଯୋଗ ମିଳୁନଥିବାରୁ ମୁଁ ଠିକରେ କାମ କରିପାରୁନି ।

ସୁପରଭାଇଜର ମଧ୍ୟ ସହଯୋଗ କରୁନାହାନ୍ତି କି ବ୍ୟାଙ୍କରୁ ଟଙ୍କା ଉଠାଉ ନାହାନ୍ତି । ଦୀର୍ଘ ଦିନ ହେଲା ଅଙ୍ଗନୱାଡି କେନ୍ଦ୍ର ଟି ଭଡାଘରେ ଚାଲୁତରଲେ ବି ଘରଭଡା ମିଳୁନାହିଁ । ଏନେଇ ସୁପରଭାଇଜର ଇନ୍ଦୁମତି ବେହେରା କୁହନ୍ତି ସେହି କେନ୍ଦ୍ରକୁ ବାରମ୍ବାର ଭିଜିଟି କରିଛି ହିତାଧିକାରୀଙ୍କ ଅଭିଯୋଗ ଶୁଣିଛି । ଉପରିସ୍ଥ ଅଧିକାରୀଙ୍କ ମଧ୍ୟ ଲିଖିତ ଜଣାଇଛି । ଦାୟିତ୍ୱରେ ଥିବା ସିଡିପିଓ ନିର୍ମଳା ସେଠୀ କୁହନ୍ତି ଅଭିଯୋଗ ପାଇଛୁ ତଦନ୍ତ ଜାରି ରହିଛି । କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ ଙ୍କୁ ଜଣାଇବାରେ ସେ କୁହନ୍ତି ପୃଷ୍ଟିକର ଖାଦ୍ୟ ବଣ୍ଠନରେ ଅବହେଳା ହେଲେ ବରଦାସ୍ତ କରାଯିବ ନି ।

new life
You might also like
error: Content is protected !!